ବିଗସ୍କ୍ରିନ ଡେବ୍ୟୁ

ବିଗସ୍କ୍ରିନ ଡେବ୍ୟୁ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ବି ଟାଉନ ଡେବ୍ୟୁ

ସୁହାନା ଖାନ

ସମ୍ବନ୍ଧିତ ଖବର ଚର୍ଚ୍ଚାରେ ଜିୟା

ସୁହାନା ଖାନଙ୍କ ଅଭିନୟ ସମସ୍ତେ ଦେଖିସାରିଛନ୍ତି । ତାଙ୍କୁ ଆର୍ଚିଜରେ ଦର୍ଶକ ଖୁବ ଭଲପାଇବା ଦେଇଥିଲେ । ତାଙ୍କ ଅଭିନୟକୁ ସମସ୍ତେ ଭୂରିଭୂରି ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା । ତେବେ ୨୦୨୬ରେ ସୁହାନାଙ୍କର ବିଗସ୍କ୍ରିନ ଡେବ୍ୟୁ ଦେଖିବାକୁ ମିଳିବ । ବାପା ଶାହରୁଖ ଖାନଙ୍କ ସହିତ ସ୍କ୍ରିନ ସେୟାର କରିବେ ସୁହାନା । ଖୁବଶୀଘ୍ର ତାଙ୍କୁ ଫିଲ୍ମ କିଙ୍ଗରେ ଦର୍ଶକ ଦେଖିବେ । ଯେଉଁଥିରେ ଶାହରୁଖଙ୍କ ସହିତ ଅଭିଷେକ ବଚ୍ଚନ ମଧ୍ୟ ନଜର ଆସିବେ । ସେହିଭଳି ଅଭିଷେକଙ୍କୁ ଏହି ଫିଲ୍ମରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ । କିଙ୍ଗଖାନଙ୍କ ସହିତ ପ୍ରଥମ ଫିଲ୍ମରେ ନଜର ଆସିବାକୁ ଯାଉଥିବାରୁ ସୁହାନାଙ୍କ ସହିତ ଫ୍ୟାନମାନେ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି ।

ସମ୍ବନ୍ଧିତ ଖବର ଆକସନ କମେଡି କରିବେ ସଲମାନ

ମେଧା ରାଣା

ଫିଲ୍ମ ବଡର ୨ ଜରିଆରେ ଆଉଜଣେ ନବାଗତାଙ୍କୁ ଦର୍ଶକ ଏହି ବର୍ଷ ଦେଖିବାକୁ ପାଇବେ, ସେ ହେଲେ ମେଧା ରାଣା । ଏହି ଫିଲ୍ମରେ ସେ ସନି ଦେୱଲଙ୍କ ଭଳି ବଡ ଷ୍ଟାରଙ୍କ ସହିତ ସ୍କ୍ରିନ ସେୟାର କରିବେ । ସେହିଭଳି ତାଙ୍କ ହିରୋ ଭାବେ ବରୁଣ ଧୱନଙ୍କୁ ଦର୍ଶକ ଦେଖିବେ । ଫିଲ୍ମରେ ମେଧାଙ୍କ ଚରିତ୍ର ଖୁବ ନିଆରା ଓ ସ୍ବତନ୍ତ୍ର ରହିଛି । ତେବେ ପୂର୍ବରୁ ମେଧାଙ୍କ ଅଭିନୟ ଅର୍ଜୁନ ରାମ୍ପପାଲଙ୍କ ସହିତ ଦର୍ଶକ ଦେଖିଛନ୍ତି । ହେଲେ ବଡର ୨ ହେଉଛି ତାଙ୍କ ବିଗ୍ ସ୍କ୍ରିନ ଡେବ୍ୟୁ । ପୂର୍ବରୁ ସିରିଜ ଲଣ୍ଡନ ଫାଇଲ୍ସ ପାଇଁ ଖୁବ ଚର୍ଚ୍ଚା ସାଉଁଟିଥିଲେ ମେଧା । ଆର୍ମି ବ୍ୟାକଗ୍ରାଉଣ୍ଡରୁ ଆସି ଅଭିନୟରେ ନିଜ କ୍ୟାରିୟର କରିବା ତାଙ୍କୁ ପାଇଁ ଖୁବ ଚାଲେଞ୍ଜିଂ ଥିଲା । ସେହିଭଳି ନିଜର ବଡ ପ୍ରୋଜେକ୍ଟକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ମେଧା । ସମସ୍ତ ଦର୍ଶକଙ୍କର ଖୁବ ମନୋରଞ୍ଜନ କରିବେ ବୋଲି ଆଶା ରଖିଛନ୍ତି ଏହି ଅଭିନେତ୍ରୀ । କେବଳ ବଡର ୨ ନୁହେଁ ୨୦୨୬ରେ ସେ ଆହୁରି ଅନେକ ଭଲଭଲ ପ୍ରୋଜେକ୍ଟରେ ଅଭିନୟ କରିବେ ବୋଲି ସେ ବିଶ୍ବାସ ରଖିଛନ୍ତି ।

ଅଗସ୍ତ୍ୟା ନନ୍ଦ

ବିଗ୍ ବିଙ୍କ ନାତି ଅଗସ୍ତ୍ୟା ନନ୍ଦଙ୍କର ହୋଇଛି  ବିଗ୍ ସ୍କ୍ରିନ ଡେବ୍ୟୁ । ସେ ଫିଲ୍ମ ଇକ୍କିଶ ଜରିଆରେ ବଡପରଦାରେ ପାଦ ଥାପିଛନ୍ତି । ଫିଲ୍ମର କାହାଣୀ ସତ ଘଟଣାକୁ ନେଇ ନିର୍ମାଣ କରାଯାଇଛି । ତେବେ ପୂର୍ବରୁ ଦର୍ଶକ ଅଗସ୍ତ୍ୟାଙ୍କ ଅଭିନୟ ଦର୍ଶକ ଜୋୟା ଅଖତରଙ୍କର ଦି ଆର୍ଜିଜରେ ଦେଖିଛନ୍ତି । ଅଗସ୍ତ୍ୟାଙ୍କ ଅଭିନୟକୁ ସମସ୍ତେ ଏଥିରେ ପ୍ରଶଂସା ମଧ୍ୟ କରିଥିଲେ । ଜାନୁଆରୀ ୧ରେ ରିଲିଜ ହୋଇଥିବା ଏହି ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସୁଛି । ନୂଆ ବର୍ଷ ଆରମ୍ଭରୁହିଁ ନିଜ କ୍ୟାରିୟରର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି ଅଗସ୍ତ୍ୟା ଯାହା ଖୁବ ଆଗକୁ ଯିବ ବୋଲି ସମସ୍ତେ ଆଶା ରଖିଛନ୍ତି ।

Tags: