ବିବାଦରେ ବିଗବସ୍!
ସମୟ ଲାଇଭ୍,୧୧/୧୦: କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟଲିଟି ଶୋ’ ବିବାଦ ଘେରରେ ପଡ଼ିଛି। ସଲମାନ ଖାନଙ୍କ ପ୍ରାୟୋଜିତ ଏହି ଶୋ’ର କେତୋଟି ବିଷୟକୁ ନେଇ ସାରା ଦେଶରେ ଏହାକୁ ବିରୋଧ କରାଯାଉଛି। ବେଡ଼୍ ଫ୍ରେଣ୍ଡ ଫରଏଭର୍ ନାମକ ଏକ ବିଷୟରେ ଅଶ୍ଳୀଳତା ଭରି ରହିଥିବାରୁ ଏହି ଶୋ’କୁ ବନ୍ଦ କରିବାକୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପରେ ଏହି ବିଷୟକୁ ଶୋ’ରୁ ବାଦ ଦିଆଯାଇଥିଲେ ମଧ୍ୟ ବିବାଦ ଥମି ନାହିଁ। ଏନେଇ ଗାଜିଆବାଦର […]

ସମୟ ଲାଇଭ୍,୧୧/୧୦: କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟଲିଟି ଶୋ’ ବିବାଦ ଘେରରେ ପଡ଼ିଛି। ସଲମାନ ଖାନଙ୍କ ପ୍ରାୟୋଜିତ ଏହି ଶୋ’ର କେତୋଟି ବିଷୟକୁ ନେଇ ସାରା ଦେଶରେ ଏହାକୁ ବିରୋଧ କରାଯାଉଛି। ବେଡ଼୍ ଫ୍ରେଣ୍ଡ ଫରଏଭର୍ ନାମକ ଏକ ବିଷୟରେ ଅଶ୍ଳୀଳତା ଭରି ରହିଥିବାରୁ ଏହି ଶୋ’କୁ ବନ୍ଦ କରିବାକୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପରେ ଏହି ବିଷୟକୁ ଶୋ’ରୁ ବାଦ ଦିଆଯାଇଥିଲେ ମଧ୍ୟ ବିବାଦ ଥମି ନାହିଁ।
ଏନେଇ ଗାଜିଆବାଦର ବିଜେପି ବିଧାୟକ ନନ୍ଦ କିଶୋର ଗୁର୍ଜର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଣାଳୟକୁ ଚିଠି ଲେଖିଛନ୍ତି। ତେବେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମନ୍ତ୍ରୀ ପ୍ରକାଶ ଜାବେଡ଼କରଙ୍କ ପ୍ରତିକ୍ରିୟା ଉପରେ ସାରା ଦେଶର ନଜର ରହିଛି।
Tags:




