ବିଗ ବସ ଏଣ୍ଟ୍ରି !

ବିଗ ବସ ଏଣ୍ଟ୍ରି !
Ipsita Picture
By: Ipsita
Published On

 

ପ୍ରତିବର୍ଷ ବିଗବସକୁ ନେଇ ଦର୍ଶକଙ୍କ ଭିତରେ ଖୁବ ଉତ୍ସାହ ଦେଖିବାକୁ ମିଳିଥାଏ । ଏହି କ୍ରମରେ ଦର୍ଶକଙ୍କ ମଧ୍ୟରେ ଆଗକୁ ଆସୁଥିବା 'ବିଗ୍ ବସ୍ ୨୦'କୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଏଥିରେ କିଏ କିଏ ସାମିଲ ହେବେ ତାହାକୁ ନେଇ ଆଲୋଚନା ଜାରି ରହିଛି । ତେବେ ଏହି ତାଲିକାରେ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ରିଧିମା ଗୁପ୍ତାଙ୍କ ନାଁ ସାମିଲ ହୋଇଛି । ଏହି ଶୋ'ରେ ସାମିଲ ହେବା ନେଇ ସେ ନିଜେ ଏକ ବଡ଼ ସଙ୍କେତ ଦେଇଛନ୍ତି। ନିକଟରେ ନିଜ ଇନଷ୍ଟାଗ୍ରାମରେ ଏକ ସେସନ୍ ସମୟରେ ଜଣେ ପ୍ରଶଂସକଙ୍କ 'ବିଗ୍ ବସ୍କୁ କେବେ ଆସିବେ' ପ୍ରଶ୍ନର ଉତ୍ତର ଦେଇ ରିଧିମା ବାଟରେ ଅଛି ବୋଲି ଲେଖିଥିଲେ । ଯାହା ପରେ ସୋସିଆଲ ମିଡିଆରେ ତାଙ୍କର ବିଗ ବସ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନାଯୋଗ୍ୟ ଯେ, ରିଧିମା ପପୁଲାର୍ ଡ୍ରାମା ସିରିଜ୍ 'ମେଘା ବର୍ଷେଙ୍ଗେ'ରେ ସତପାଲ କୋହଲି ଭୂମିକାରେ ଅଭିନୟ କରି ବେଶ୍ ପରିଚିତ ହୋଇଛନ୍ତି ।  ଏହାସହ ସେ ପଞ୍ଜାବୀ ମ୍ୟୁଜିକ୍ ଭିଡିଓରେ ମଧ୍ୟ ନଜର ଆସିଛନ୍ତି। ତେଣୁ ଯଦି ସେ  ବିଗ ବସ ଶୋ'ରେ ଏଣ୍ଟ୍ରି କରନ୍ତି, ତେବେ ଏହା ତାଙ୍କ କ୍ୟାରିୟର ପାଇଁ ଏକ ବଡ଼ ମୋଡ଼ ହେବ ବୋଲି କୁହାଯାଉଛି ।

Tags: