ଜିମରେ ରୁହନ୍ତୁ ସତର୍କ
ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ନିକଟରେ ଆୟୁଷ୍ମାନ ଖୁରାନା, ୱାମିକା ଗବ୍ବୀ ଏବଂ ସାରା ଅଲ୍ଲୀ ଖାନଙ୍କ ସହ ଫିଲ୍ମ 'ପତି ପତ୍ନୀ ଆଉର ୱୋ ଦୋ'ରେ ନଜର ଆସିଛନ୍ତି । ତେବେ ନିକଟରେ ସେ ନିଜ ଜୀବନର ଏକ ଦୁର୍ଘଟଣା ସମ୍ପର୍କରେ କଥା ହୋଇଛନ୍ତି । ରକୁଲ ଏହି ଘଟଣା ବିଷୟରେ ପ୍ରକାଶ କରି କହିଛନ୍ତି ଯେ, ସେଫ୍ଟି ବେଲ୍ଟ ନ ପିନ୍ଧି ସେ ୮୦ କିଲୋଗ୍ରାମର ଡେଡଲିଫ୍ଟ କରିବାକୁ ଚେଷ୍ଟା କରିବା ଯୋଗୁଁ ଗୁରୁତର ଭାବେ ଆହତ ହୋଇଥିଲେ । ଲୋୟର ବ୍ୟାକ୍ ଇଞ୍ଜୁରୀ ପାଇଁ ତାଙ୍କୁ ୪୦ ଦିନ ପର୍ଯ୍ୟନ୍ତ ବେଡ୍ ରେଷ୍ଟରେ ରହିବାକୁ ପଡିଥିଲା । ଏହି ବ୍ୟାୟାମକୁ ଏକ 'ଇଗୋ ଲିଫ୍ଟ' ବୋଲି ରକୁଲ କହିଛନ୍ତି । ତେଣୁ ସବୁବେଳେ କୌଣସି ବି ବ୍ୟାୟାମ ପୂର୍ବରୁ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ବୋଲି ସେ ପରାମର୍ଶ ଦେଇଛନ୍ତି ।
Tags:



