ବାଦଶାହଙ୍କ ବିବାହ

ବାଦଶାହଙ୍କ ବିବାହ
Ipsita Picture
By: Ipsita
Published On

 

ଭାରତୀୟ ର଼୍ୟାପର୍ ବାଦଶାହା ପୁଣିଥରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ନେଇ ଏବେ ଚର୍ଚ୍ଚା ଚାଲିଛି । ନିଜର ନୂଆ ଗୀତ ତତିରିକୁ ନେଇ ବିବାଦ ଘେରରେ ଥିବା ଏହି କଳାକାର ୨୦୨୦ରେ ପ୍ରଥମ ପତ୍ନୀ ଜାସମିନ ମସିହଙ୍କଠାରୁ ଛାଡ଼ପତ୍ର ନେଇଥିଲେ । ଏହାର ପ୍ରାୟ ୬ ବର୍ଷ ପରେ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖିଙ୍କ ସହ ଦ୍ୱିତୀୟ ବିବାହ କରିଥିବା ସୂଚନା ମିଳିଛି । ଗତ ମାର୍ଚ୍ଚ ୨୪ ତାରିଖରେ ଇଶାଙ୍କ ମାପୁନମ ରିଖିଙ୍କ ଦ୍ୱାରା ସୋସିଆଲ ମିଡିଆରେ ଶେୟାର କରାଯାଇଥିବା କିଛି ଫଟୋ ଏବଂ ଭିଡିଓରୁ ଏହି ବିବାହର ସୁରାକ ମିଳିଛି । ଯେଉଁଥିରେ ବାଦଶାହା ଏକ ଅଲିଭ୍-ଗୋଲ୍ଡ କୁର୍ତ୍ତା ପାଇଜାମା ଓ ସୁନେଲି ପଗଡ଼ି ପିନ୍ଧିଥିବା ବେଳେ ଇଶା ନାଲି ରଙ୍ଗର ସାଲୱାର କମିଜରେ ବେଶ୍ ସୁନ୍ଦର ଦେଖାଯାଉଛନ୍ତି । ଏହି ଫଟୋଗୁଡ଼ିକରେ ଉଭୟଙ୍କୁ ବରଣମାଳା ପିନ୍ଧିଥିବା ଏବଂ ହୋମ ନିଆଁ ସମ୍ମୁଖରେ ବସି ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ କରୁଥିବାର ଦେଖିବାକୁ ମିଳିଛି । ଯଦିଓ ଏପର୍ଯ୍ୟନ୍ତ ବାଦଶାହା କିମ୍ବା ଇଶାଙ୍କ ପକ୍ଷରୁ ଏନେଇ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ମିଳିନାହିଁ, ତଥାପି ସୋସିଆଲ ମିଡିଆରେ ଏହି ଫଟୋ ଓ ଭିଡିଓ ଖୁବ ଭାଇରାଲ ହେଉଛି ।

Tags: