ବି ଟାଉନ ଡେବ୍ୟୁ

ବି ଟାଉନ ଡେବ୍ୟୁ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଆକ୍ଟିଂ ଡେବ୍ୟୁ

ଶ୍ରୀଲିଲା

ସମ୍ବନ୍ଧିତ ଖବର ଚର୍ଚ୍ଚାରେ କୀର୍ତ୍ତି

କେବଳ ନବାଗତ ନୁହେଁ କିଛି ପରିଚିତ ନାୟିକା ଷ୍ଟାର ମଧ୍ୟ ୨୦୨୬ରେ ବି ଟାଉନ୍ ଡେବ୍ୟୁ କରିବାକୁ ଯାଉଛନ୍ତି । ସେମାନେ ଭିନ୍ନଭିନ୍ନ ଇଣ୍ଡଷ୍ଟ୍ରୀରେ ଖୁବ ବଡବଜଡ ଷ୍ଟାର । ଏହି ତାଲିକାରେ ସବୁଠାରୁ ଆଗରେ ଅଛନ୍ତି ତେଲୁଗୁ ଷ୍ଟାର ଶ୍ରୀଲିଲା । ଶ୍ରୀଲିଲାଙ୍କୁ କାର୍ତ୍ତିକଙ୍କ ସହିତ ସ୍କ୍ରିନ ସେୟାର କରୁଥିବାର ଦର୍ଶକ ଦେଖିବାକୁ ପାଇବେ । ମେଗା ରୋମାଣ୍ଟିକ ଫିଲ୍ମ ମେରି ଜିନ୍ଦେଗୀ ହେ ତୁ ଜରିଆରେ ଶ୍ରୀଲିଲା ତାଙ୍କର ବି ଟାଉନ ଡେବ୍ୟୁ କରିବେ । ଯାହା ୨୦୨୬ରେ ରିଲିଜ ହେବାକୁ ଥିବାବେଳେ ଏବେଠାରୁ ଖୁବ ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆରେ ଉଭୟଙ୍କ କେମେଷ୍ଟ୍ରୀ ନେଇ ଅନେକ ଆଲୋଚନା ହେଉଛି । ଫ୍ୟାନମାନେ ଏବେଠାରୁ ଖୁବ ଭଲ ପାଇବା ଦେଉଥିବା ଦେଖିବାକୁ ମିଳୁଛି । ତେଣୁ ଶ୍ରୀଲିଲାଙ୍କର ବିଟାଉନ ଡେବ୍ୟୁ ହିଟ ହେବ ବୋଲି ସମୀକ୍ଷକ ଆକଳନ କରୁଛନ୍ତି ।

ସମ୍ବନ୍ଧିତ ଖବର ଆସୁଛି ନାୟକର ସିକୁଏଲ

ସାଇ ପଲ୍ଲବୀ

ତେଲୁଗୁ ଷ୍ଟାର ସାଇ ପଲ୍ଲବୀଙ୍କର ସାରା ଦୁନିଆରେ ଫ୍ୟାନ ଅଛନ୍ତି । ଭାରତରେ ତାଙ୍କର ସବୁ ରାଜ୍ୟରେ ପ୍ରଶଂସକ ମିଳିଯିବେ । ତେବେ ଏହି ଚୁଲବୁଲି ହିରୋଇନଙ୍କୁ ୨୦୨୬ରେ ବଲିଉଡ ଫିଲ୍ମରେ ଦେଖିବାକୁ ମିଳିବ ।  ତେଲୁଗୁର ଅନେକ ସୁପର ହିଟ୍ ଫିଲ୍ମରେ କାମ କରିବା ପରେ ଚଳଚ୍ଚିତ୍ର ରାମାୟଣ ଜରିଆରେ ସାଇ ବଲିଉଡରେ ପାଦ ଦେବେ । ଏଥିରେ ସେ ରଣବୀରଙ୍କ ଅପୋଜିଟରେ କାମ କରିବେ । ରଣବୀରଙ୍କୁ ଏହି ଫିଲ୍ମରେ ରାମ ଭୂମିକାରେ ଦର୍ଶକ ଦେଖିବେ । ତେବେ ଫିଲ୍ମଟିକୁ ସମସ୍ତେ ଫ୍ୟାନ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ପୂର୍ବରୁ ରାମାୟଣର ଅନେକ ଫିଲ୍ମ ରହିଥିବାରୁ ମେକର୍ସଙ୍କ ଉପରେ କିଛି ପ୍ରେସର ରହିଛି କିଭଳି ଦର୍ଶକଙ୍କୁ ଫିଲ୍ମଟି ପସନ୍ଦ ଆସିବ । ସେହିଭଳି ସାଇ ମଧ୍ୟ ନିଜର ବି ଟାଉନ ଡେବ୍ୟୁ କୁ ନେଇ ଖୁବ ଖୁସି ଅଛନ୍ତି ।

Tags: