ଅଶୋକା ମେକଅପ୍‌ ଟ୍ରେଣ୍ଡ୍‌

୨୦୦୧ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଅଶୋକା’ ସେତେବେଳେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏଥିରେ ଦର୍ଶକ ସ୍କ୍ରିନ୍‌ରେ କରୀନା କପୁର ଓ ଶାହରୁଖ ଖାନ୍‌ଙ୍କ ଯୋଡିକୁ ଦେଖିଥିଲେ । ତେବେ ସବୁଠାରୁ ହିଟ୍‌ ହୋଇଥିଲା କରୀନାଙ୍କର ଗେଟ୍‌ଅପ୍‌ । ଏହା ଭାରତୀୟ ସଂସ୍କୃତିର ପୂରାତନ ପୋଷାକ ପିନ୍ଧା ଶୈଳୀକୁ ରିପ୍ରେଜେଣ୍ଟ କରିଥିଲା, ଯାହା ଦର୍ଶକଙ୍କୁ ପସନ୍ଦ ଆସିଥିଲା । ଏହି ଫିଲ୍ମରେ କରୀନାଙ୍କ ଚରିତ୍ରର ପୋଷାକ ଠାରୁ ଆରମ୍ଭ କରି ମେକଅପ୍‌ ସବୁକିଛି ୟୁନିକ୍‌ ଥିଲା […]

Samaya Live Picture
Published On

୨୦୦୧ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଅଶୋକା’ ସେତେବେଳେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏଥିରେ ଦର୍ଶକ ସ୍କ୍ରିନ୍‌ରେ କରୀନା କପୁର ଓ ଶାହରୁଖ ଖାନ୍‌ଙ୍କ ଯୋଡିକୁ ଦେଖିଥିଲେ । ତେବେ ସବୁଠାରୁ ହିଟ୍‌ ହୋଇଥିଲା କରୀନାଙ୍କର ଗେଟ୍‌ଅପ୍‌ । ଏହା ଭାରତୀୟ ସଂସ୍କୃତିର ପୂରାତନ ପୋଷାକ ପିନ୍ଧା ଶୈଳୀକୁ ରିପ୍ରେଜେଣ୍ଟ କରିଥିଲା, ଯାହା ଦର୍ଶକଙ୍କୁ ପସନ୍ଦ ଆସିଥିଲା । ଏହି ଫିଲ୍ମରେ କରୀନାଙ୍କ ଚରିତ୍ରର ପୋଷାକ ଠାରୁ ଆରମ୍ଭ କରି ମେକଅପ୍‌ ସବୁକିଛି ୟୁନିକ୍‌ ଥିଲା । ତେବେ କେବଳ ଭାରତୀୟ ନୁହେଁ ବର୍ତ୍ତମାନ ୨୩ ବର୍ଷ ପରେ ଏହାର କ୍ରେଜ ବିଦେଶରେ ଦେଖିବାକୁ ମିଳିଛି । ବର୍ତ୍ତମାନ ଋଷିଆ ଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ସବୁ ସ୍ଥାନରେ ଏହି ମେକଅପ୍‌ର ଟ୍ରେଣ୍ଡ୍‌ ଜାରି ରହିଛି । ଏହି ଗେଟଅପ୍‌ର ଭିଡିଓ ଉଭୟ ଟିକ୍‌ଟକ୍‌ ଓ ଇନ୍‌ଷଫାଗ୍ରାମରେ ଦେଖିବାକୁ ମିଳୁଛି । ସମସ୍ତେ କରୀନାଙ୍କ ଭଳି ଡ୍ରେସ ପିନ୍ଧିବା ସହିତ ମେକଅପ ନେଇ ଭିଡିଓ କରି ପୋଷ୍ଟ କରୁଛନ୍ତି । ଏହି ଭିଡିଓ ଗୁଡିକ ମିଲିଅନ ଭୁ୍ୟ ମଧ୍ୟ ହେଉଥିବାର ସୂଚନା ରହିଛି । ଏହି ଟ୍ରେଣ୍ଡର ନାଁ ରହିଛି ‘ଅଶୋକା ମେକଅପ୍‌ ଟ୍ରେଣ୍ଡ୍‌’ ।

Tags: