ଅର୍ଜୁନ ରାମ୍ପପାଲ
ଦୁଷ୍ଟ ନାୟକ
ଭର୍ସାଟାଇଲ ଅଭିନେତା ଭାବେ ଅର୍ଜୁନ ରାମ୍ପପାଲଙ୍କର ରହିଛି ସ୍ବତନ୍ତ୍ର ପରିଚୟ । ବିଭିନ୍ନ ଫିଲ୍ମରେ ତାଙ୍କୁ ଭିନ୍ନଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଥାଏ । ସମସ୍ତ ଚରିତ୍ରକୁ ମଧ୍ୟ ଖୁବ ସୁନ୍ଦର ଓ ନିଖୁଣ ଭାବେ ପରଦାରେ ଫୁଟାଇ ପାରିଥାଆନ୍ତି ସେ । ତାଙ୍କ ଫିଲ୍ମର କାହାଣୀ ଓ ତାଙ୍କ ଜୀବନ୍ତ ଅଭିନୟକୁ ଦର୍ଶକ ସବୁବେଳେ ଖୁବ ଭଲ ପାଇବା ଦେଇଥାଆନ୍ତି । ଫିଲ୍ମ ଧୁରନ୍ଧରରେ କେବଳ ଯେ ଅକ୍ଷୟ ଖାନା ଚମକିଛନ୍ତି ତାହା ନୁହେଁ ଅକ୍ଷୟଙ୍କ ସହିତ ଏଥିରେ ଅର୍ଜୁନ ରାମ୍ପପାଲଙ୍କୁ ମଧ୍ୟ ଏକ ହଟକେ ଚରିତ୍ରରେ ଦେଖିବାକୁ ମିଳିଛି । ଏଥିରେ ଅର୍ଜୁନଙ୍କୁ ଏକ ଆତଙ୍କବାଦୀ ଲିଡର ଭାବେ ଦର୍ଶକ ଦେଖିଛନ୍ତି । ତାଙ୍କର ଅଭିନୟର ପ୍ରଶଂସା ସବୁଆଡେ ହେଉଥିବାର ଦେଖିବାକୁ ମିଳୁଛି । ଅର୍ଜୁନଙ୍କର ଏଥିରେ ଏକ ଭିନ୍ନ ରୂପ ଦର୍ଶକ ଦେଖିଛନ୍ତି । ତାଙ୍କର ଭିଲିଆନ ଏରାକୁ ଦର୍ଶକ ଖୁବ ଏଞ୍ଜୟ କରୁଛନ୍ତି । ସେହିଭଳି ଫିଲ୍ମ ମେକର୍ସମାନେ ମଧ୍ୟ ତାଙ୍କ ଉପରେ ଖୁବ ବିଶ୍ବାସ ଦେଖାଇ ତାଙ୍କୁ ଏହି ଚରିତ୍ରଟି କରିବାକୁ ଦେଇଛନ୍ତି । ଅର୍ଜୁନ ରାମ୍ପପାଲ ମଧ୍ୟ ସେମାନଙ୍କ ଆଶାକୁ ପରିପୂର୍ଣ୍ଣ କରିବାରେ ସଫଳ ହୋଇଛନ୍ତି । ଏଥିରେ ଅର୍ଜୁନ ରାମ୍ପପାଲଙ୍କ ଲୁକ ଖୁବ ହଟକେ ହୋଇଛି । ଏଥିରେ ଅନେକ ଦର୍ଶକ ଅର୍ଜୁନଙ୍କୁ ଚିହ୍ନିବାରେ ଅସମର୍ଥ ହେଉଛନ୍ତି । ସେହିଭଳି ଡାଇଲଗ ଡେଲିଭରୀର ଅନ୍ଦାଜ ମଧ୍ୟ ଖୁବ ହଟକେ ରହିଛି । ସେହିଭଳି ନିଜେ ଅର୍ଜୁନ ମଧ୍ୟ ଏହି ଚରିତ୍ରରେ ଅଭିନୟ କରିବାବେଳେ ଖୁବ ଏଞ୍ଜୟ କରିଛନ୍ତି । ଏହି ଚରିତ୍ରଟି ତାଙ୍କ ଭିତରେ ଆତ୍ମବିଶ୍ବାସକୁ ଅନେକ ବଢାଇଛି ବୋଲି ସେ ଅନେକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ପୂର୍ବରୁ କିଛି ଫିଲ୍ମରେ ଅର୍ଜୁନଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା ହେଲେ ସବୁଠାରୁ ହଟକ ଏହି ଚରିତ୍ର ବୋଲି ନିଜେ ଅର୍ଜୁନ ମତ ଦେଇଛନ୍ତି । ସମସ୍ତ ଦର୍ଶକ ମଧ୍ୟ ସୋସିଆଲ ମିଡିଆରେ ଅର୍ଜୁନଙ୍କର ଅଭିନୟର ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।




