ଅନୁଷ୍କାଙ୍କ ଜନ୍ମଦିନରେ ଶୁଭେଚ୍ଛାର ସୁଅ ଛୁଟୁଛି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଆଜି ଜନ୍ମଦିନ। ୧୯୮୮ରେ ଉତ୍ତରପ୍ରଦେଶର ଅଯୋଧ୍ୟା ସହରରେ ଜନ୍ମଗ୍ରହଣ କରିଥିଲେ ଅନୁଷ୍କା। ଅନୁଷ୍କା ବଲିଉଡରେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ଦମଦାର ଅଭିନୟ ପାଇଁ ବହୁ ସମ୍ମାନରେ ବି ସମ୍ମାନିତ ହୋଇଛନ୍ତି। କିନ୍ତୁ ଅନୁଷ୍କା ଆକ୍ଟିଂରେ ନିଜ କ୍ୟାରିୟର କରିବାକୁ ଚାହୁଁନଥିଲେ। ସେ ମଡେଲିଂରେ କ୍ୟାରିୟର କରିବାକୁ ଚାହୁଁଥିଲେ। ସେ ଶାହାରୁଖ ଖାନଙ୍କ ସହିତ ପ୍ରଥମ ଫିଲ୍ମ ପାଇଥିଲେ। ଏହି ଫିଲ୍ମ ଥିଲା ‘ରବ୍ ନେ ବନା ଦି ଯୋଡି’। […]

Samaya Live Picture
Published On

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଆଜି ଜନ୍ମଦିନ। ୧୯୮୮ରେ ଉତ୍ତରପ୍ରଦେଶର ଅଯୋଧ୍ୟା ସହରରେ ଜନ୍ମଗ୍ରହଣ କରିଥିଲେ ଅନୁଷ୍କା।

ଅନୁଷ୍କା ବଲିଉଡରେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ଦମଦାର ଅଭିନୟ ପାଇଁ ବହୁ ସମ୍ମାନରେ ବି ସମ୍ମାନିତ ହୋଇଛନ୍ତି। କିନ୍ତୁ ଅନୁଷ୍କା ଆକ୍ଟିଂରେ ନିଜ କ୍ୟାରିୟର କରିବାକୁ ଚାହୁଁନଥିଲେ। ସେ ମଡେଲିଂରେ କ୍ୟାରିୟର କରିବାକୁ ଚାହୁଁଥିଲେ।

ସେ ଶାହାରୁଖ ଖାନଙ୍କ ସହିତ ପ୍ରଥମ ଫିଲ୍ମ ପାଇଥିଲେ। ଏହି ଫିଲ୍ମ ଥିଲା ‘ରବ୍ ନେ ବନା ଦି ଯୋଡି’। ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ପାଇବା ବି ମିଳିଥିଲା। ଏହାପରେ ‘ବ୍ୟାଣ୍ଡ ବାଜା ବାରାତ୍’ରେ ରଣଭୀର ସିଂଙ୍କ ସହ ଆସିଥିଲା ତାଙ୍କର ଆଉ ଏକ ସୁପର ହିଟ୍ ଫିଲ୍ମ। ଏହା ପରେ ଅନୁଷ୍କା ପଛକୁ ଚାହିଁ ନଥିଲେ।  ଗୋଟିଏ ପରେ ଗୋଟିଏ ଫିଲ୍ମରେ ସେ ସୁଯୋଗ ପାଇଥିଲେ। ୨୦୧୭ରେ କ୍ରିକେଟର ବିରାଟ କୋହଲିଙ୍କୁ ସେ ବିବାହ କରିଥିଲେ।

୪ ବର୍ଷର ପ୍ରେମ ଡିସେମ୍ବର ୧୧ରେ ସଫଳ ହୋଇଛି। ବିରାଟ-ଅନୁଷ୍କା ଲଭବାର୍ଡ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଇଟାଲୀର ବୋର୍ଗୋ ଫିନୋଚିତୋ ରିସୋର୍ଟରେ ଶେଷ ହୋଇଛି ବାହାଘର। ହିନ୍ଦୁ ରୀତିନୀତିରେ ସମ୍ପନ୍ନ ହୋଇଛି ଏହି ହାଇପ୍ରୋଫାଇଲ୍‌ ବାହାଘର। ୨୧ ତାରିଖରେ ଦିଲ୍ଲୀରେ ଏବଂ ୨୬ରେ ମୁମ୍ବାଇରେ  ଗ୍ରାଣ୍ଡ ପାର୍ଟି।

ଅନୁଷ୍କାଙ୍କ ଜନ୍ମଦିନରେ ଆଜି ତାଙ୍କୁ ବଲିଉଡ୍‌ ଓ କ୍ରିକେଟ ଜଗତରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Tags: