ସହାଯ୍ୟ ହାତ ବଢାଇଲେ ଅନୁରାଧା!
ଦୀର୍ଘ ୪୭ ବର୍ଷ ହେବ ହିନ୍ଦୀ ତଥା ମରାଠି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ଗାୟିକା ଅନୁରାଧା ପୋଡଓ୍ବାଲ ମଧ୍ୟ କରୋନା ଯୋଦ୍ଧାଙ୍କ ପାଇଁ ସହଯୋଗର ହାତ ବଢାଇଛନ୍ତି। ନିକଟରେ ଏମିତି କେତେଜଣ କରୋନା ଯୋଦ୍ଧାଙ୍କୁ ସେ ଆର୍ଥିତ ସହାୟତା ଯୋଗାଇ ଦେଇଛନ୍ତି। ଏକ ଓ୍ବେସାଇଟକୁ ଦେଇଥିବା ସାକ୍ଷାତ୍କାରରେ ଅନୁରାଧା କହିଛନ୍ତି। ମୁମ୍ବାଇର ବିଭିନ୍ନ ହସ୍ପିଟାଲରେ କାମ କରୁଥିବା ୧୦ ଜଣ ନର୍ସ, କଣ୍ଟେନମେଣ୍ଟ ଅଞ୍ଚଳରେ କାମ କରୁଥିବା ୧୦ କନଷ୍ଟେବଳ ଓ ୧୦ ଜଣ ପରିମଳ […]
ଦୀର୍ଘ ୪୭ ବର୍ଷ ହେବ ହିନ୍ଦୀ ତଥା ମରାଠି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ଗାୟିକା ଅନୁରାଧା ପୋଡଓ୍ବାଲ ମଧ୍ୟ କରୋନା ଯୋଦ୍ଧାଙ୍କ ପାଇଁ ସହଯୋଗର ହାତ ବଢାଇଛନ୍ତି।
ନିକଟରେ ଏମିତି କେତେଜଣ କରୋନା ଯୋଦ୍ଧାଙ୍କୁ ସେ ଆର୍ଥିତ ସହାୟତା ଯୋଗାଇ ଦେଇଛନ୍ତି। ଏକ ଓ୍ବେସାଇଟକୁ ଦେଇଥିବା ସାକ୍ଷାତ୍କାରରେ ଅନୁରାଧା କହିଛନ୍ତି। ମୁମ୍ବାଇର ବିଭିନ୍ନ ହସ୍ପିଟାଲରେ କାମ କରୁଥିବା ୧୦ ଜଣ ନର୍ସ, କଣ୍ଟେନମେଣ୍ଟ ଅଞ୍ଚଳରେ କାମ କରୁଥିବା ୧୦ କନଷ୍ଟେବଳ ଓ ୧୦ ଜଣ ପରିମଳ କର୍ମଚାରୀଙ୍କୁ ଅନୁରାଧା ୫ ହଜାର ଲେଖାଏଁ ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି।
https://www.instagram.com/p/B-pW9SAJ7ix/?igshid=wox9rzselhiz
ଏହା ତାଙ୍କ ତରଫରୁ ଏକ ଛୋଟିଆ ସହାୟତା ବୋଲି ସେ କହିଛନ୍ତି। ଏହି ଦେଢ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ମୁମ୍ବାଇର କିଛି ହସ୍ପିଟାଲକୁ ୧୫୦ ପିପିଇ କିଟ୍ ଓ ଏକ ଇନକ୍ୟୁବେଟର ଦାନ କରିଛନ୍ତି।
View this post on Instagram#Bloodcheckup #camp #SuryodayaFoundation #Mumbai
A post shared by Anuradha Paudwal (@paudwal.anuradha_official) on
ତାଙ୍କର ଏକ ସାମାଜିକ ସଙ୍ଗଠନ ‘ସୂର୍ଯ୍ୟୋଦୟ ଫାଉଣ୍ଡେଶନ’ ଥିବା ବେଳେ ସେ ଏହା ମାଧ୍ୟମରେ ପାଣି ସମସ୍ୟା, ଜାରାଜୀର୍ଣ୍ଣ ସ୍କୁଲର ପୁନଃରୁଦ୍ଧାର ଆଦି କାର୍ଯ୍ୟ କରିଥାଆନ୍ତି।
Tags:





