୩୮ ବର୍ଷରେ ପାଦ ଦେଲେ ‘ମେଣ୍ଟାଲ ଟୋକା’

ସମୟ ଲାଇଭ୍‍,୨୪/୧୨: ଏକାଧାରାରେ ଅଭିନେତା, ଚଳଚ୍ଚିତ୍ର ପ୍ରଯୋଜକ, ରାଜନେତା ଅନୁଭବ ମହାନ୍ତି ୩୮ ବର୍ଷ ବୟସରେ ପାଦ ଦେଇଛନ୍ତି। ଓଡ଼ିଆ ଆଲବମ୍‍ ମାଧ୍ୟମରେ ଅଭିନୟ ଅଭିନୟ ଜଗତରେ ପାଦ ରଖିଥିବା ଅନୁଭବ ୧୯୮୧ ମସିହା, ଡ଼ିସେମ୍ବର ୨୪ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ୨୦୦୪ ମସିହାରେ ‘ଆଇ ଲଭ୍‍ ୟୁ’ ଚଳଚ୍ଚିତ୍ର ଜଗତରେ ନୂଆ ଇନିଂସ ଆରମ୍ଭ କରିଥିଲେ। ୨୦୧୨ରେ ଚଳଚ୍ଚିତ୍ର ଜଗତରେ ନୂଆ ଇନିଂସ ଆରମ୍ଭ କରିଥିଲେ। ୨୦୧୨ରେ ଚଳଚ୍ଚିତ୍ର ‘ବାଳୁଙ୍ଗା ଟୋକା’ର ସଫଳତା ପରେ […]

Samaya Live Picture
Published On

ସମୟ ଲାଇଭ୍‍,୨୪/୧୨: ଏକାଧାରାରେ ଅଭିନେତା, ଚଳଚ୍ଚିତ୍ର ପ୍ରଯୋଜକ, ରାଜନେତା ଅନୁଭବ ମହାନ୍ତି ୩୮ ବର୍ଷ ବୟସରେ ପାଦ ଦେଇଛନ୍ତି। ଓଡ଼ିଆ ଆଲବମ୍‍ ମାଧ୍ୟମରେ ଅଭିନୟ ଅଭିନୟ ଜଗତରେ ପାଦ ରଖିଥିବା ଅନୁଭବ ୧୯୮୧ ମସିହା, ଡ଼ିସେମ୍ବର ୨୪ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ।
୨୦୦୪ ମସିହାରେ ‘ଆଇ ଲଭ୍‍ ୟୁ’ ଚଳଚ୍ଚିତ୍ର ଜଗତରେ ନୂଆ ଇନିଂସ ଆରମ୍ଭ କରିଥିଲେ। ୨୦୧୨ରେ ଚଳଚ୍ଚିତ୍ର ଜଗତରେ ନୂଆ ଇନିଂସ ଆରମ୍ଭ କରିଥିଲେ। ୨୦୧୨ରେ ଚଳଚ୍ଚିତ୍ର ‘ବାଳୁଙ୍ଗା ଟୋକା’ର ସଫଳତା ପରେ ସେ ନିଜର ଏକ ପ୍ରଯୋଜନା ସଂସ୍ଥା ଖୋଲିଥିଲେ।
ଓଲିଉଡ଼ର ଭାଇଜାନ ୨୦୧୩ରେ ମସିହାରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ ସେ ରାଜ୍ୟସଭା ସାଂସଦ ଭାବେ ଭୋଟରଙ୍କ ଦ୍ୱାରା ମନୋନୀତ ହୋଇଥିଲେ। ବଙ୍ଗାଳି ଫିଲ୍ମରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିଥିଲେ ଏହି ସୁପରଷ୍ଟାର। ବଙ୍ଗାଳି ଫିଲ୍ମ ‘ ସାଥୀ ଆମାର’ରେ ରଚନା ବାନାର୍ଜୀଙ୍କ ସହ ଅଭିନୟ କରିଥିଲେ।
ତେବେ ‘ସୁନା ଚଢ଼େଇ ମୋ ରୂପା ଚଢ଼େଇ’, ‘ସାଥୀରେ’, ବର୍ଷା ମାଇଁ ଡ଼ାର୍ଲିଙ୍ଗ’, ‘ଆଜି ଆକାଶେ କି ରଙ୍ଗ ଲାଗିଲା’, ‘ସମଥିଙ୍ଗ ସମଥିଙ୍ଗ,’ ‘ମୋ ଦୂୁନିଆ ତୁ ହି ତୁ’, ‘ଗପ ହେଲେ ବି ସତ’, ‘ଅଗସ୍ତ୍ୟ’, ‘ଅଭୟ’, ‘କାବୁଲା ବାରବୁଲା’, ‘ମେଣ୍ଟାଲ ଟୋକା’ , ବିଜୁବାବୁ ଆଦି ଅନେକ ହିଟ୍‍ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଛନ୍ତି।

Tags: