ରାଗିଲେ ଶମିତା

ରାଗିଲେ ଶମିତା
Ipsita Picture
By: Ipsita
Published On

 

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ତଥା ଅଭିନେତ୍ରୀ ଶମିତା ଶେଟ୍ଟୀ ସୋସିଆଲ ମିଡିଆରେ ତାଙ୍କ ବୟସ ଏବଂ ସିଙ୍ଗଲ୍ ଷ୍ଟାଟସକୁ ନେଇ କମେଣ୍ଟ କରୁଥିବା ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଛନ୍ତି ।  ନିଜର ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ସ୍କ୍ରିନଶଟ୍ ସେୟାର କରି ଶମିତା ସେହିମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି, ଯେଉଁମାନେ ବିବାହ କରିନଥିବା ମହିଳାଙ୍କୁ ବିଭିନ୍ନ କାରଣରୁ ଉପହାସ କରନ୍ତି ।  ଜଣେ ୟୁଜର ତାଙ୍କ ବୟସ ହୋଇଯାଇଥିବା ଏବଂ ସଠିକ୍ ସମୟରେ ବିବାହ କରିଥିଲେ ପିଲାମାନେ ବଡ଼ ହୋଇସାରନ୍ତେଣି ବୋଲି ଟିପ୍ପଣୀ କରିବା ପରେ, ଶମିତା ଏହି ମତ ରଖିଛନ୍ତି । ଶମିତା ତାଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ଯେ, "ବିବାହ କରି ଆପଣ କଣ ବଡ଼ କାମ କରିଦେଇଛନ୍ତି?" ଏଥିସହ ସେ ଲେଖିଛନ୍ତି ଯେ ସମୟ ସହିତ ଚେହେରାରେ ପରିବର୍ତ୍ତନ ଆସିବା ଏକ ପ୍ରାକୃତିକ ନିୟମ, କିନ୍ତୁ ସେ ନିଜ ବୟସ ଅନୁସାରେ ସମ୍ପୂର୍ଣ୍ଣ ସୁସ୍ଥ, ଫିଟ୍ ଓ ଖୁସି ଅଛନ୍ତି । ବିବାହ ପାଇଁ ତାଙ୍କର କୌଣସି ବିକଳତା ନାହିଁ ଏବଂ ସେ ସଠିକ୍ ସମୟ ଓ ସଠିକ୍ ଜୀବନସାଥୀଙ୍କୁ ଅପେକ୍ଷା କରିବାରେ ବିଶ୍ୱାସ ରଖନ୍ତି । ଟ୍ରୋଲର୍ସଙ୍କ ଏଭଳି ପଛୁଆ ଚିନ୍ତାଧାରାକୁ ନିନ୍ଦା କରି ସେ ସେମାନଙ୍କୁ ତୁରନ୍ତ ତାଙ୍କ ଆକାଉଣ୍ଟକୁ ଅନଫଲୋ କରିବାକୁ କହିଛନ୍ତି । ସୂଚନାଯୋଗ୍ୟ ଯେ, ବର୍ଷ ୨୦୦୦ରେ 'ମୋହବତେଁ' ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା ଶମିତା, ପରବର୍ତ୍ତୀ ସମୟରେ ଅଭିନୟରୁ ବ୍ରେକ୍ ନେଇ ଇଣ୍ଟିରିୟର ଡିଜାଇନିଂରେ ସଫଳତା ହାସଲ କରିଥିଲେ । ପରେ ତାଙ୍କୁ ରିଆଲିଟି ଶୋବିଗ ବସରେ ପୁଣି ଦର୍ଶକ ଦେଖିଥିଲେ ।

Tags: