ରାଗିଥିଲେ ବାପା ମା

ରାଗିଥିଲେ ବାପା ମା
Ipsita Picture
By: Ipsita
Published On

 

ବଲିଉଡର ଅଭିନେତ୍ରୀ କଙ୍ଗନା ରାନାୱତ ନିଜର ଆଗାମୀ ଚଳଚ୍ଚିତ୍ର ଭାରତ ଭାଗ୍ୟ ବିଧାତାର ପ୍ରମୋସନ ସମୟରେ ନିଜ କ୍ୟାରିୟରର ପ୍ରାରମ୍ଭିକ ଦିନର କିଛି ଅକୁହା କଥା ଦର୍ଶକଙ୍କ ସହିତ ସେୟାର କରିଛନ୍ତି ।  ତାଙ୍କର ପ୍ରଥମ ଫିଲ୍ମ ଗ୍ୟାଙ୍ଗଷ୍ଟରରେ ସିମରନ୍ଚରିତ୍ରର କିଛି ବୋଲ୍ଡ ଦୃଶ୍ୟକୁ ଦେଖି ତାଙ୍କ ମାତାପିତା ବହୁତ ଚିନ୍ତିତ ଥିଲେ ଏବଂ ଅନ୍ୟ ଲୋକଙ୍କର ପ୍ରତିକ୍ରିୟାକୁ ନେଇ ଭୟଭୀତ ଥିଲେ ବୋଲି କଙ୍ଗନା ପ୍ରକାଶ କରିଛନ୍ତି । କଙ୍ଗନାଙ୍କ ମାତାଙ୍କର କମ୍ ବୟସରେ ଏଭଳି ସିନ୍ କରିବାକୁ ନେଇ ଆପତ୍ତି କରିଥିଲେ । ଏହି ଘଟଣା ପରେ ସେ ପରିବାରରୁ ଖୁବ କମ ଆଶା ରଖିଥିବା ପ୍ରକାଶ କରିଛନ୍ତି । ତେବେ ସମୟ ସହିତ ତାଙ୍କ ପରିବାରର ଚିନ୍ତାଧାରାରେ ବଡ଼ ପରିବର୍ତ୍ତନ ଆସିଥିଲା, ଯେତେବେଳେ କଙ୍ଗନାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ପରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରାଗଲା । ଯାହା ପରିବାର ପାଇଁ ଏକ ବଡ଼ ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହେବା ସହ ଅଭିନୟ ଦୁନିଆରେ ମଧ୍ୟ ସମ୍ମାନ ଓ ପ୍ରତିଷ୍ଠା ମିଳିପାରେ ବୋଲି ସେମାନଙ୍କର ବିଶ୍ୱାସ ଜନ୍ମାଇଥିଲା । ତାଙ୍କର ପରିଶ୍ରମ ତାଙ୍କ ପରିବାରର ଭାବନାକୁ ପରିବର୍ତ୍ତନ କରିପାରି ଥିବା କଙ୍ଗନା ପ୍ରକାଶ କରିଛନ୍ତି । ବାସ୍ତବ ଘଟଣା ଉପରେ ଆଧାରିତ  କଙ୍ଗନାଙ୍କ ଏହି ନୂଆ ଫିଲ୍ମ ଭାରତ ଭାଗ୍ୟ ବିଧାତାରେ  ଗିରିଜା ଓକ, ସ୍ମିତା ତାମ୍ବେ ଏବଂ ଇଶା ଡେଙ୍କ ଭଳି କଳାକାର ପ୍ରମୁଖ ଭୂମିକାରେ ଅଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଭାର ମନୋଜ ତାପଡ଼ିଆ ସମ୍ଭାଳିଥିବାବେଳେ ଆସନ୍ତା ୧୨ ଜୁନ୍ ୨୦୨୬ରେ ଏହା ରିଲିଜ ହେବବୋଲି ସୂଚନା ରହିଛି ।

Tags: