ପାପରାଜିଙ୍କ ଉପରେ ରାଗ

ପାପରାଜିଙ୍କ ଉପରେ ରାଗ
Ipsita Picture
By: Ipsita
Published On

 

ଗୋଲ୍ଡ ଷ୍ଟ୍ରିମିଂ ଆୱାର୍ଡ୍ସ ସେରିମନିରେ ବଲିଉଡ ଅଭିନେତ୍ରୀ ନେହା ଧୂପିଆ ପାପରାଜିଙ୍କ ଉପରେ ପ୍ରବଳ ବର୍ଷିଥିବା ଦେଖିବାକୁ ମିଳୁଛି । ଯେଉଁଠାରେ ସେ ଅଭିନେତ୍ରୀମାନଙ୍କର ପଛପଟୁ ଭିଡିଓ ନେବା ଏବଂ ସେଗୁଡିକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ବିରୋଧରେ କଡ଼ା ଚେତାବନୀ ଦେଇଛନ୍ତି । ଆୱାର୍ଡ ନେଇ ବାହାରକୁ ଆସୁଥିବା ସମୟରେ କିଛି ଫଟୋଗ୍ରାଫର ନେହାଙ୍କ ଧଳା କେଶକୁ ନେଇ କମେଣ୍ଟ କରିଥିଲେ । ଯାହା ପରେ ସେ ଅସନ୍ତୋଷ ପ୍ରକାଶ କରି କହିଥିଲେ ଯେ ଏଭଳି ଅଭଦ୍ରାମି ଆଉ ଆଦୌ ସହ୍ୟ କରାଯିବ ନାହିଁ । ସେଲିବ୍ରିଟିମାନଙ୍କର ଭୁଲ୍ ଆଙ୍ଗେଲ୍ରୁ ଭିଡିଓ କରିବା ତୁରନ୍ତ ବନ୍ଦ ହେବା ଉଚିତ । ସୂଚନାଯୋଗ୍ୟ ଯେ, ନିକଟରେ ସୋନାକ୍ଷୀ ସିହ୍ନା ଏବଂ ଜହିରଙ୍କ ସହ ଦୌଡ଼ୁଥିବା ସମୟରେ ନେହାଙ୍କର ଏକ ବ୍ୟାକ୍ ଶଟ୍ ଭିଡିଓ ଭାଇରାଲ ହୋଇଥିଲା, ଯାହାକୁ ନେଇ ସେ ବେଶ୍ ଚିନ୍ତିତ ଥିଲେ । ତେବେ ପାପରାଜିଙ୍କ ଉପରେ କୌଣସି ଅଭିନେତ୍ରୀ ଏହି ଅଭିଯୋଗ ଲଗାଇବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଲାଇକା ଆରୋରା ମଧ୍ୟ ଏକ ଇଭେଣ୍ଟ ସମୟରେ ନିଜର ପ୍ରାଇଭେସି ଉଲ୍ଲଂଘନ ହେବାରୁ ଫଟୋଗ୍ରାଫରମାନଙ୍କୁ କ୍ଲାସ୍ ଲଗାଇଥିଲେ । ଅନ୍ୟପଟେ ଅଭିନେତ୍ରୀ ଜାହ୍ନବୀ କପୁର ମଧ୍ୟ ଏକ ସାକ୍ଷାତକାରରେ କ୍ଷୋଭ ପ୍ରକାଶ କରି କହିଥିଲେ ଯେ କିଛି ପାପରାଜି ସାଧାରଣ ଭିଡିଓ ଉପରେ ଭୁଲ୍ ଆଙ୍ଗେଲ୍ର ଫଟୋକୁ କଭର ଫଟୋ ଭାବେ ବ୍ୟବହାର କରି ସେଗୁଡିକୁ ସେନସେସନାଲ୍  କରିଦିଅନ୍ତି । ଯାହାକି ସେମାନଙ୍କ ସମ୍ମାନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ସମ୍ପୂର୍ଣ୍ଣ ବିରୋଧୀ ।

Tags: