ବିବାହ ବନ୍ଧନରେ ବାନ୍ଧିହେବେ ଅମ୍ଲାନ

ସମୟ ଲାଇଭ୍‍,୧୦/୧୨: ଓଡ଼ିଶାର ସବୁ ଝିଅଙ୍କ ମନରେ ରାଜ କରୁଥିବା ଅମ୍ଳାନ ଭାଙ୍ଗିବାକୁ ଯାଉଛନ୍ତି । ସମସ୍ତଙ୍କ ମନ ଖୁବଶୀଘ୍ର ବରବେଶରେ ସେ ତାଙ୍କ ମନର ନାୟିକାଙ୍କ ଧରିବେ ହାତ । ତେବେ ଏଥର କୌଣସି ସିନେମାରେ ନୁଁହ ବରଂ ବାସ୍ତବରେ । ତେବେ ନିକଟରେ ତାଙ୍କ ନିର୍ବନ୍ଧ ମଧ୍ୟ ସରିଛି । ଆପଣ ଭାବୁଥିବେ ଅମ୍ଲାନଙ୍କ ଭାବି ପତ୍ନୀ ନିଶ୍ଚୟ ଜଣେ ସିନେ ତାରକା ହୋଇଥିବେ । ତେବେ ନା ସିନେ ଜଗତ ସହ ତାଙ୍କର […]

Samaya Live Picture
Published On

ସମୟ ଲାଇଭ୍‍,୧୦/୧୨: ଓଡ଼ିଶାର ସବୁ ଝିଅଙ୍କ ମନରେ ରାଜ କରୁଥିବା ଅମ୍ଳାନ ଭାଙ୍ଗିବାକୁ ଯାଉଛନ୍ତି । ସମସ୍ତଙ୍କ ମନ ଖୁବଶୀଘ୍ର ବରବେଶରେ ସେ ତାଙ୍କ ମନର ନାୟିକାଙ୍କ ଧରିବେ ହାତ । ତେବେ ଏଥର କୌଣସି ସିନେମାରେ ନୁଁହ ବରଂ ବାସ୍ତବରେ । ତେବେ ନିକଟରେ ତାଙ୍କ ନିର୍ବନ୍ଧ ମଧ୍ୟ ସରିଛି । ଆପଣ ଭାବୁଥିବେ ଅମ୍ଲାନଙ୍କ ଭାବି ପତ୍ନୀ ନିଶ୍ଚୟ ଜଣେ ସିନେ ତାରକା ହୋଇଥିବେ । ତେବେ ନା ସିନେ ଜଗତ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । କିନ୍ତୁ ସୁନ୍ଦରତାରେ ସେ ସିନେ ଜଗତ ର ସବୁ ହେରୋଇନ ଙ୍କୁ ପଛରେ ପକାଇଦେବେ । ଖୁବ ସାଧାରଣ ଜୀବନ ବିତାଉଥିବା ଅମ୍ଳାନଙ୍କ ଭାବି ପତ୍ନୀଙ୍କ ନାମ ଆପଣଙ୍କୁ କହି ରଖୁଛୁ ସେ ହେଉଛନ୍ତି ଭୂମିକା
। କଟକ ସିଡ଼ିଏ ସେକ୍ଟର-8ରେ ରହୁଥିବା ଭୂମିକା ଆସନ୍ତା ଫେବୃଆରୀ 7 ରେ ଅମ୍ଳାନଙ୍କ ଜୀବନକୁ ଗୋଲାପୀ ଗୋଲାପୀ କରିବେ ଅର୍ଥାତ ସେହିଦିନ ଉଭୟେ ବିବାହ ବନ୍ଧନରେ ବାନ୍ଧିହେବେ ତେବେ ତୁ କହିବୁ ନାହିଁ ମୁଁ, ଗୋଲାପୀ ଗୋଲାପୀ, ତୋର ଦିନେକୁ ମୋର ଦିନେ, ଫ୍ରମ ମି ଟୁ ୟୁ, ଚିନି, ବଜରଙ୍ଗୀ ଭଳି ହିଟ ଫିଲ୍ମ ଭେଟି ଦେଇଥିବା ଅମ୍ଲାନଙ୍କ ବିବାହକୁ ନେଇ ପ୍ରଶଂସକ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି

Tags: