ହସପିଟାଲରୁ ଫେରିଲେ ଶେହେନଶାହ

ସମୟ ଲାଇଭ୍‍,୧୯/୧୦: ବଲିଉଡ଼ର ଶେହେନଶାହ ଅମିତାଭ ବଚ୍ଚନ ସୁସ୍ଥ ହୋଇ ହସପିଟାଲରୁ ଘରକୁ ଫେରିଛନ୍ତି। ଘରକୁ ଫେରିବା ସମୟରେ ତାଙ୍କ ସହ ପତ୍ନୀ ଜୟା ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ଥିଲେ। ସୂଚନା ଥାଉ କି, ଗତ ମଙ୍ଗଳବାର ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ମୁମ୍ବାଇର ନାନାବତୀ ମେଡିକାଲ ନେଇଥିଲେ ସେଠାରେ ତାଙ୍କୁ ଏକ ସ୍ୱତନ୍ତ୍ର ଚ୍ୟାମ୍ବରରେ  ରଖାଯାଇଥିଲା।ଅମିତାଭ ଲିଭର ଜନିତ ରୋଗରେ ଆକ୍ରାନ୍ତ ବୋଲି ଜଣାପଡିଥିଲା । […]

Samaya Live Picture
Published On

ସମୟ ଲାଇଭ୍‍,୧୯/୧୦: ବଲିଉଡ଼ର ଶେହେନଶାହ ଅମିତାଭ ବଚ୍ଚନ ସୁସ୍ଥ ହୋଇ ହସପିଟାଲରୁ ଘରକୁ ଫେରିଛନ୍ତି। ଘରକୁ ଫେରିବା ସମୟରେ ତାଙ୍କ ସହ ପତ୍ନୀ ଜୟା ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ଥିଲେ।

ସୂଚନା ଥାଉ କି, ଗତ ମଙ୍ଗଳବାର ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ମୁମ୍ବାଇର ନାନାବତୀ ମେଡିକାଲ ନେଇଥିଲେ ସେଠାରେ ତାଙ୍କୁ ଏକ ସ୍ୱତନ୍ତ୍ର ଚ୍ୟାମ୍ବରରେ  ରଖାଯାଇଥିଲା।ଅମିତାଭ ଲିଭର ଜନିତ ରୋଗରେ ଆକ୍ରାନ୍ତ ବୋଲି ଜଣାପଡିଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବାହାରକୁ ଖବର ପ୍ରଘଟ କରାଯାଇନଥିଲା । କେବଳ ପରିବାର ଲୋକେ ଅମିତାଭଙ୍କୁ ଦେଖା କରିବାକୁ ଯାଉଥିଲେ । ତେବେ ଅଭିତାଭ ସୁସ୍ଥ ହୋଇ ଫେରିବା ପରେ ପରିବାର ଓ ପ୍ରଶଂସକଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି।

Tags: