୪୪ ବର୍ଷ ବୟସରେ ଅଭିଷେକ

ସମୟ ଲାଇଭ ,୫/୨: ଅଭିଷେକ ବଚ୍ଚନ ଆଜି ୪୪ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୭୬ ଫେବୃଆରୀ ୫ ତାରିଖରେ ଅଭିଷେକ ମୁମ୍ବାଇରେ ଜନ୍ମଗ୍ରହଣ କରିଛନ୍ତି। ସେ ଫିଲ୍ମ ରିଫ୍ୟୁଜିରୁ ଅଭିନୟ ଆରମ୍ଭ କରିଥିଲେ। ଏଥିରେ ତାଙ୍କ ସହ ଅଭିନେତ୍ରୀ କରୀନା କପୁର ଅଭିନୟ କରିଥିଲେ। ପରେ ପରେ ଅଭିନେତ୍ରୀ କରିସ୍ମା କପୁରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଏପରିକି ଉଭୟଙ୍କର ନିର୍ବନ୍ଧ ମଧ୍ୟ ହୋଇସାରିଥିଲା। ତେବେ ସେତେବେଳେ ନୂଆ ନୂଆ କ୍ୟାରିଅର ଗଢ଼ୁଥିବା ଅଭିଷେକ […]

Samaya Live Picture
Published On

ସମୟ ଲାଇଭ ,୫/୨: ଅଭିଷେକ ବଚ୍ଚନ ଆଜି ୪୪ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୭୬ ଫେବୃଆରୀ ୫ ତାରିଖରେ ଅଭିଷେକ ମୁମ୍ବାଇରେ ଜନ୍ମଗ୍ରହଣ କରିଛନ୍ତି। ସେ ଫିଲ୍ମ ରିଫ୍ୟୁଜିରୁ ଅଭିନୟ ଆରମ୍ଭ କରିଥିଲେ। ଏଥିରେ ତାଙ୍କ ସହ ଅଭିନେତ୍ରୀ କରୀନା କପୁର ଅଭିନୟ କରିଥିଲେ।
ପରେ ପରେ ଅଭିନେତ୍ରୀ କରିସ୍ମା କପୁରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଏପରିକି ଉଭୟଙ୍କର ନିର୍ବନ୍ଧ ମଧ୍ୟ ହୋଇସାରିଥିଲା। ତେବେ ସେତେବେଳେ ନୂଆ ନୂଆ କ୍ୟାରିଅର ଗଢ଼ୁଥିବା ଅଭିଷେକ ସଂଘର୍ଷମୟ ଜୀବନ ବିତାଉଥିବାରୁ କରିସ୍ମାଙ୍କ ମାଆ ଏହି ବିବାହକୁ ବାରଣ କରିଥିଲେ।


ପରେ ଯେତେବେଳେ ଏଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ ଅଭିଷେକ ମନର କଥା ତାଙ୍କୁ କହିବାକୁ ପ୍ରାୟ ୧୦ ବର୍ଷ ସମୟ ନେଇଥିଲେ ଅଭିଷେକ। ସେ ଯାହା ବି ହେଉ ୨୦୦୭ ମସିହାରେ ଏଶ୍ୱର୍ଯ୍ୟା ଓ ଅଭିଷେକ ପରସ୍ପରଙ୍କୁ ବିବାହ କରିଥିଲେ। ଏବେ ତାଙ୍କର ୮ ବର୍ଷର ଝିଅ ଆରାଧ୍ୟା ଅଛି।
୧୯ ବର୍ଷର ଅଭିନୟ ଜୀବନରେ ସେ ଅନେକ ସଫଳ ଫିଲ୍ମ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି।

Tags: