ଅମିଷାଙ୍କ ଦୁଃଖ
ଅମିଷା ପଟେଲ ୨୦୦୦ ମସିହାରେ ହ୍ରିତିକ୍ ରୋଶନଙ୍କ ସହ ‘କହୋ ନା ପ୍ୟାର୍ ହେ’ରେ ବଲିଉଡ ଡେବୁ୍ୟ କରିଥିଲେ । ତେବେ ଏହି ଫିଲ୍ମରେ ସେ ସଫଳତା ପାଇଥିଲେ ମଧ୍ୟ ପରେ ତାଙ୍କୁ ଏତେ ସକସେସ୍ ମିଳିନଥିଲା । ଅଳ୍ପ କେତୋଟି ଫିଲ୍ମ କରିବା ପରେ ସେ ଯେପରି ବଲିଉଡରୁ ଗାୟବ ହୋଇଯାଇଥିଲେ । ତେବେ ପୁଣିଥରେ ଅମିଷାଙ୍କୁ ଗଦରର ସିକେ୍ୱଲରେ ଦେଖିବାକୁ ମିଳିବ । ଏହାପରେ ଅମିଷାଙ୍କୁ ପୁଣି ଲାଇମ ଲାଇଟ୍ରେ ଦେଖିବାକୁ ମିଳିଛି । […]
ଅମିଷା ପଟେଲ ୨୦୦୦ ମସିହାରେ ହ୍ରିତିକ୍ ରୋଶନଙ୍କ ସହ ‘କହୋ ନା ପ୍ୟାର୍ ହେ’ରେ ବଲିଉଡ ଡେବୁ୍ୟ କରିଥିଲେ । ତେବେ ଏହି ଫିଲ୍ମରେ ସେ ସଫଳତା ପାଇଥିଲେ ମଧ୍ୟ ପରେ ତାଙ୍କୁ ଏତେ ସକସେସ୍ ମିଳିନଥିଲା । ଅଳ୍ପ କେତୋଟି ଫିଲ୍ମ କରିବା ପରେ ସେ ଯେପରି ବଲିଉଡରୁ ଗାୟବ ହୋଇଯାଇଥିଲେ । ତେବେ ପୁଣିଥରେ ଅମିଷାଙ୍କୁ ଗଦରର ସିକେ୍ୱଲରେ ଦେଖିବାକୁ ମିଳିବ । ଏହାପରେ ଅମିଷାଙ୍କୁ ପୁଣି ଲାଇମ ଲାଇଟ୍ରେ ଦେଖିବାକୁ ମିଳିଛି । ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସେ ନିଜର ବଲିଉଡର ଗାୟବ ହେବା ପଛର ରାଜ ଖୋଲିଛନ୍ତି । ଏହି ସାକ୍ଷାତକାରରେ ତାଙ୍କର ଦୁଃଖ ଦେଖିବାକୁ ମିଳିଛି । ତେବେ ସେ ଏହି ସାକ୍ଷାତକାରରେ କିଛି ବଲିଉଡ୍ ସେଲିବ୍ରିଟିଙ୍କ ନାଁ ନେଇଛନ୍ତି ଯାହାଙ୍କ ପାଇଁ ସେ ବି ଟାଉନ୍ରେ ଫିଲ୍ମ କରିବାକୁ ପାଇ ନଥିଲେ । ସେ ବି ଟାଉନରେ ଆଉଟ ସାଇଡର ହୋଇଥିବାରୁ ତାଙ୍କ ସହ ଭେଦଭାବ କରାଯାଇଛି ବୋଲି ଅମିଷା ଅଭିଯୋଗ କରିଛନ୍ତି । ସେ ତାଙ୍କ ସମୟର ଷ୍ଟାରକିଡ୍ଙ୍କ ଗ୍ୟାଙ୍ଗରେ ସାମିଲ ହୋଇ ପାରିନଥିଲେ, ଯେଉଁ କାରଣରୁ ତାଙ୍କୁ ଫିଲ୍ମ ମିଳିବା ମଧ୍ୟ ବନ୍ଦ ହୋଇ ଯାଇଥିଲା । ତାଙ୍କୁ ସେହି ସମୟରେ ଅନେକ ପ୍ରୋଜେକଫରୁ ରିପ୍ଲେସ୍ କରାଯାଇଥିବା ଅମିଷା ପ୍ରକାଶ କରିଛନ୍ତି । ତେବେ ପୁଣିଥରେ ତାଙ୍କୁ ନିଜକୁ ଦର୍ଶକଙ୍କ ସମ୍ମୁଖକୁ ଆସିବାକୁ ସୁଯୋଗ ମିଳିଥିବାରୁ ସେ ବହୁତ ଖୁସି ଅଛନ୍ତି । ଗଦର -୨କୁ ନେଇ ସେ ବେଶ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି ।




