ଅମିଷାଙ୍କ ତାଗିଦ
ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜାକିର ଖାନ୍ଙ୍କ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ଦେଇଥିବା ଏକ ବୟାନକୁ ନେଇ ଅଭିନେତ୍ରୀ ଅମିଷା ପଟେଲ ତାଙ୍କୁ ତାଗିଦ କରିଥିବା ଦେଖିବାକୁ ମିଳିଛି । କେବଳ ଅମିଷା ନୁହେଁ 'ଜଓ୍ବାନ' ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ମଧ୍ୟ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନାଅନୁସାରେ ଜାକିର କହିଥିଲେ ଯେ ଫିଲ୍ମ 'ଧୁରନ୍ଧର ୨' କୁ ନେଇ ଇଣ୍ଡଷ୍ଟ୍ରିର ଲୋକମାନେ ଯେତେ ପ୍ରଶଂସା କଲେ ବି ସତ କଥା ହେଉଛି ଏହି ଫିଲ୍ମ ପାଇଁ ସମସ୍ତଙ୍କୁ ଡରାଇଛି । ଯାହାକୁ ନେଇ ଅମିଷା ପଟେଲ ସୋସିଆଲ ମିଡିଆରେ ଜାକିରଙ୍କୁ ନକାରାତ୍ମକତା ନଖେଳାଇବାକୁ ପରାମର୍ଶ ଦେଇଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରି ସବୁବେଳେ ପ୍ରତିଭାକୁ ସମ୍ମାନ ଦେଇଛି ଏବଂ ଶାହରୁଖ, ସଲମାନ, ସନି ଦେଓଲଙ୍କ ଭଳି ସୁପରଷ୍ଟାରମାନେ ବହୁ ପୂର୍ବରୁ ଅନେକ ମେଗା ହିଟ୍ ଫିଲ୍ମ ଦେଇ ସାରିଛନ୍ତିବୋଲି ଅମିଷା ଜାକିରଙ୍କୁ ଜବାବ ଦେଇଛନ୍ତି । ଅନ୍ୟପଟେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ମଧ୍ୟ ଜାକିରଙ୍କ ବୟାନକୁ ନିନ୍ଦା କରି କହିଛନ୍ତି ଯେ ଜୁହୁ-ବାନ୍ଦ୍ରାର ଲୋକମାନେ ଗତ ୫୦ ବର୍ଷ ଧରି ସବୁଠାରୁ ବଡ଼ ବ୍ଲକବଷ୍ଟର ଫିଲ୍ମ ଦେଇଆସୁଛନ୍ତି ଏବଂ ସେମାନଙ୍କ ଅବଦାନକୁ କମ୍ କରି ଦେଖିବା ଏକ ବୋକାମି ଅଟେ । ତେଣୁ ବଲିଉଡକୁ ନେଇ ଏଭଳି ମନ୍ତବ୍ୟ ନଦେବାକୁ ସେ ପରାମର୍ଶ ଦେଇଛନ୍ତି । ସୋସିଆଲମିଡିଆରେ ଘଟଣାକୁ ନେଇ ଖୁବ ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି ।



