ଗ୍ରାମୀରେ ତାମିଲ ସଙ୍ଗୀତ
ଚେନ୍ନାଇର ସଙ୍ଗୀତକାର ତଥା କଣ୍ଠଶିଳ୍ପୀ ଦେବନ ଏକାମ୍ବରମ ଏବଂ ଗାୟିକା ସୁଷାଙ୍କ ତାମିଲ ଗୀତ 'ଭରୁଭାଇ' ୬୯ତମ ଗ୍ରାମୀ ଆୱାର୍ଡସ୍ ୨୦୨୭ର 'ବେଷ୍ଟ ଗ୍ଲୋବାଲ୍ ମ୍ୟୁଜିକ୍ ପରଫରମାନ୍ସ' ବର୍ଗରେ ମନୋନୀତ ହୋଇ ଇତିହାସ ରଚିଛି । ଏହା ଗ୍ରାମୀ ଇତିହାସରେ ମନୋନୀତ ହେବାରେ ପ୍ରଥମ ତାମିଲ ଗୀତ ହେବା ସହ ୨୦୨୭ ଗ୍ରାମୀ ପୁରସ୍କାର ପାଇଁ ଭାରତର ଏକମାତ୍ର ସରକାରୀ ଏଣ୍ଟ୍ରି ଅଟେ । ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଦ୍ୱାରା ବ୍ରିଟିଶ ଶାସନ କାଳରେ ପ୍ରାୟ ୧୦୦ ବର୍ଷ ପୂର୍ବେ ରଚିତ ଏକ ଭକ୍ତିମୂଳକ କୃଷ୍ଣ ଭଜନ ଉପରେ ଆଧାରିତ ଏହି ଗୀତଟି କୌଣସି ରେକର୍ଡ ଲେବଲ୍ କିମ୍ବା ପେଡ୍ ମାର୍କେଟିଂ ବିନା କେବଳ ଇନଷ୍ଟାଗ୍ରାମ ପ୍ରଚାର ମାଧ୍ୟମରେ ମୁକ୍ତିଲାଭ କରିଥିଲା । ଏହି ଗୀତରେ ଉଭୟ ଶାସ୍ତ୍ରୀୟ ଓ ଆଧୁନିକତାର ଛୁଙ୍କ ଦେଖିବାକୁ ମିଳୁଛି । ଏହି ଖବର ବର୍ତ୍ତମାନ ପୁରା ଦେଶରେ ଖୁସିର ଲହରି ଖେଳାଇଛି, ସମସ୍ତେ ଏହି ଗୀତକୁ ନେଇ ଗର୍ବ କରୁଛନ୍ତି ।
Tags:




