ସବୁବେଳେ ଲାଗେ ଦ୍ୱିତୀୟ

ବର୍ତ୍ତମାନ ଭୂମି ପେଡେନାକର ନିଜର ପିଲ୍ମ‘ଥ୍ୟାଙ୍କୁ ଫର କମିଂ’କୁ ନେଇ ବେଶ୍‌ ଚର୍ଚ୍ଚା ସାଉଁଟିବାରେ ଲାଗିଛନ୍ତି । ଏଥିରେ ଭୂମିଙ୍କ ସହିତ ସୋସିଆଲ ମିଡିଆ ଷ୍ଟାରମାନେ ନଜର ଆସିଛନ୍ତି । ଫିଲ୍ମଟିକୁ ଦର୍ଶକଙ୍କ ଠାରୁ ଆରମ୍ଭକରି ସିନେ ସମୀକ୍ଷକମାନେ ପ୍ରଶଂସା କରିଛନ୍ତି । ଏହି ଫିଲ୍ମରେ କୌଣସି ମେଲ୍‌ ଲିଡ୍‌ ନାହାନ୍ତି । ସମସ୍ତ ଲିଡ୍‌ କ୍ୟାରେକ୍ଟର ଫିମେଲ, ଯାହାକୁ ନେଇ ଦର୍ଶକ ବେଶି ଉତ୍ସାହିତ ଅଛନ୍ତି । କେବଳ ଦର୍ଶକ ନୁହେଁ ନିଜେ ଭୂମି ମଧ୍ୟ […]

Samaya Live Picture
Published On

ବର୍ତ୍ତମାନ ଭୂମି ପେଡେନାକର ନିଜର ପିଲ୍ମ‘ଥ୍ୟାଙ୍କୁ ଫର କମିଂ’କୁ ନେଇ ବେଶ୍‌ ଚର୍ଚ୍ଚା ସାଉଁଟିବାରେ ଲାଗିଛନ୍ତି । ଏଥିରେ ଭୂମିଙ୍କ ସହିତ ସୋସିଆଲ ମିଡିଆ ଷ୍ଟାରମାନେ ନଜର ଆସିଛନ୍ତି । ଫିଲ୍ମଟିକୁ ଦର୍ଶକଙ୍କ ଠାରୁ ଆରମ୍ଭକରି ସିନେ ସମୀକ୍ଷକମାନେ ପ୍ରଶଂସା କରିଛନ୍ତି । ଏହି ଫିଲ୍ମରେ କୌଣସି ମେଲ୍‌ ଲିଡ୍‌ ନାହାନ୍ତି । ସମସ୍ତ ଲିଡ୍‌ କ୍ୟାରେକ୍ଟର ଫିମେଲ, ଯାହାକୁ ନେଇ ଦର୍ଶକ ବେଶି ଉତ୍ସାହିତ ଅଛନ୍ତି । କେବଳ ଦର୍ଶକ ନୁହେଁ ନିଜେ ଭୂମି ମଧ୍ୟ ଏ ନେଇ ବେଶ୍‌ ଉତ୍ସୁକ ଥିବା ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ ଭୂମି ନିଜର ମେଲ୍‌ କୋ ଆକଫରଥିବା ଫିଲ୍ମ ବିଷୟରେ କଥା ହୋଇଛନ୍ତି । ଯେଉଁ ଫିଲ୍ମରେ ମେନ୍‌ଲିଡ୍‌ରେ ମେଲ୍‌ ଷ୍ଟାରମାନେ ରହିଥାଆନ୍ତି ସେ ସବୁ ଫିଲ୍ମରେ ଭୂମିଙ୍କୁ ନମ୍ବର ୨ ବୋଲି ଫିଲ୍‌ ହୋଇଥାଏ । ସେ ସବୁବେଳେ ନିଜକୁ ଦ୍ୱିତୀୟ ପରି ଅନୁଭବ କରିଥାଆନ୍ତିବୋଲି ଭୂମି ମତ ଦେଇଛନ୍ତି । ହେଲେ ‘ଥ୍ୟାଙ୍କୁ ଫର କମିଂ’ରେ ତାଙ୍କୁ କୌଣସି ଇନ୍‌ସିକୁରିଟି ଫିଲ୍‌ ହୋଇ ନଥିଲା, କାରଣ ଏଥିରେ କେହି ମେଲ୍‌ ଲିଡ୍‌ ନାହାନ୍ତି । ଏହି ଫିଲ୍ମର ସୁଟିଂରେ ସେ ଖୁବ ମଜା କରିଥିବା ପ୍ରକାଶ କରିଛନ୍ତି । ତାଙ୍କ କୋଷ୍ଟାର ଆକେଫ୍ରସ୍‌ ମାନେ ଖୁବ ଟାଲେଣ୍ଟେଡ ସେମାନଙ୍କ ସହ କାମ କରି ଭଲ ଲାଗିଥିବା ଭୂମି ପ୍ରକାଶ କରିଛନ୍ତି । ତେବେ ଭୂମିଙ୍କର ମେଲ୍‌ ଷ୍ଟାରଙ୍କୁ ନେଇ ଏଭଳି ମନ୍ତବ୍ୟକୁ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ମିଳିଛି ।

Tags: