ଅଲ୍ଲୁଙ୍କ ପ୍ରଶଂସା

ଅଲ୍ଲୁଙ୍କ ପ୍ରଶଂସା
Ipsita Picture
By: Ipsita
Published On

 

ବକ୍ସ ଅଫିସରେ ସଫଳତାର ସମସ୍ତ ରେକର୍ଡ ଭାଙ୍ଗିଥିବା ଚଳଚ୍ଚିତ୍ର 'ଧୁରନ୍ଧର'ର ସିକ୍ୟୁଏଲ୍ 'ଧୁରନ୍ଧର ୨'  ଦେଖିବା ପରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏହାର ଭରପୂର ପ୍ରଶଂସା କରିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଲ୍ଲୁ ଅର୍ଜୁନ ନିଜର ଖୁସି ଜାହିର କରିଛନ୍ତି ।  ଫିଲ୍ମଟି ଦେଶଭକ୍ତି ଏବଂ ଜବରଦସ୍ତ ସ୍ୱାଗ୍ରେ ଭରପୂର, ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ ବୋଲି ଅଲ୍ଲୁ ମତ ଦେଇଛନ୍ତି । ସେ ରଣବୀର ସିଂଙ୍କୁ ଜଣେ ବହୁମୁଖୀ ପ୍ରତିଭା ସମ୍ପନ୍ନ ଅଭିନେତା ବୋଲି ସମ୍ବୋଧନ କରିବା ସହ ଆର. ମାଧବନଙ୍କ ଦମଦାର ଅଭିନୟ ଓ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଅଲ୍ଲୁଙ୍କ ଏହି ପ୍ରଶଂସା ପାଇଁ ଆର. ମାଧବନ କୃତଜ୍ଞତା ଜଣାଇଥିବା ଦେଖିବାକୁ ମିଳୁଛି । ସେହିଭଳି ପ୍ରଯୋଜକ କମଲ ଜୈନ ମଧ୍ୟ ଏହି ଫିଲ୍ମକୁ 'ଦିୱାର' ଓ 'ଏମଏସ ଧୋନି' ଭଳି କ୍ଲାସିକ ଫିଲ୍ମ ଲିଗ୍ର ବୋଲି ଅଭିହିତ କରିଛନ୍ତି । ସୂଚନାଯୋଗ୍ୟ ଯେ, 'ଧୁରନ୍ଧର'ର ପ୍ରଥମ ଭାଗ ବିଶ୍ୱବ୍ୟାପୀ ପ୍ରାୟ ୧୩୦୩ କୋଟି ଟଙ୍କା ଆୟ କରି  ଇତିହାସ ରଚିଛି । ଦର୍ଶକମାନେ ଏହାର ସିକ୍ୟୁଏଲ ପାଇଁ ଖୁବ ଉତ୍ସାହିତ ଅଛନ୍ତି ।

Tags: