ଆଲୁ ଅର୍ଜୁନଙ୍କୁ ମିଳିଲା ଜାମିନ: କୋର୍ଟ ରଖିଲେ ଏହିସବୁ ସର୍ତ୍ତ
ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଆଲୁ ଅର୍ଜୁନଙ୍କୁ ଜାମିନ ମିଳିଲା। ୫୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକା ସହିତ ସର୍ତ୍ତ ମୂଳକ ଜାମିନ ଦେଇଛନ୍ତି କୋର୍ଟ। ପୁରା ମାମଲାରେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବା ସହିତ ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ଆଇନଗତ ପ୍ରକ୍ରିୟାକୁ ପ୍ରଭାବିତ କଲା ଭଳି ସେମିତି କିଛି କାମ କରିବେ ନାହିଁ ବୋଲି ଜାମିନ ଦେଲା ବେଳେ ସର୍ତ୍ତ ରଖିଛନ୍ତି କୋର୍ଟ। ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା ୨’ର ସ୍କ୍ରିନିଂ ସମୟରେ ହାଇଦ୍ରାବାଦର […]
ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଆଲୁ ଅର୍ଜୁନଙ୍କୁ ଜାମିନ ମିଳିଲା। ୫୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକା ସହିତ ସର୍ତ୍ତ ମୂଳକ ଜାମିନ ଦେଇଛନ୍ତି କୋର୍ଟ। ପୁରା ମାମଲାରେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବା ସହିତ ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ ବୋଲି କୋର୍ଟ କହିଛନ୍ତି।
ଆଇନଗତ ପ୍ରକ୍ରିୟାକୁ ପ୍ରଭାବିତ କଲା ଭଳି ସେମିତି କିଛି କାମ କରିବେ ନାହିଁ ବୋଲି ଜାମିନ ଦେଲା ବେଳେ ସର୍ତ୍ତ ରଖିଛନ୍ତି କୋର୍ଟ।
ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା ୨’ର ସ୍କ୍ରିନିଂ ସମୟରେ ହାଇଦ୍ରାବାଦର ଏକ ଥିଏଟରରେ ହଠାତ ପ୍ରବଳ ଭିଡ଼ ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ଏହି ମାମଲାରେ ଅଭିଯୋଗ ପରେ ହାଇଦ୍ରାବାଦରେ ସନ୍ଧ୍ୟା ଥିଏଟରରେ ଅଭିନେତା ଆଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ପୋଲିସ।




