ସଲମାନଙ୍କ ପକ୍ଷପାତିତା

ସଲମାନଙ୍କ ପକ୍ଷପାତିତା
Ipsita Picture
By: Ipsita
Published On


ଟେଲିଭିଜିନ ରିଆଲିଟି ଶୋ ବିଗବସର ହୋଷ୍ଟିଂ ପାଇଁ ସଲମାନ ସବୁବେଳେ ଖୁବ ପ୍ରଶଂସା ସାଉଁଟିଥାଆନ୍ତି । ହେଲେ ନିକଟରେ କିନ୍ତୁ ସଲମାନଙ୍କ ଉପରେ ପକ୍ଷପାତିତା ପାଇଁ ଅଭିଯୋଗ ଲାଗିଛି । ସୂଚନା ଅନୁସାରେ ଗତ ଓ୍ୱକିଣ୍ଡବାରରେ ସଲମାନ ଫରହାନା ଭଟ୍ଟଙ୍କୁ ଖୁବ ଗାଳି କରିଥିଲେ । ଯାହାପରେ ତାଙ୍କ ପିଆର୍‌ ଟିମ ଏହି ଅଭିଯୋଗ ଆଣିଛି । ସଲମାନ ଶୋରେ ପକ୍ଷପାତିତା କରୁଥିବାନେଇ ସେମାନେ ଅଭିଯୋଗ ଆଣିଛନ୍ତି । ଏପରିକି ସେମାନେ ମେକର୍ସଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି । ଏନେଇ ଖୁବ ସୋସିଆଲ ମିଡିଆରେ ଟିମ୍‌ ଅନେକ ପୋଷ୍ଟ କରିଛି, ଯେଉଁଥିରେ ଏହି ଅଭିଯୋଗ ସବୁ ଦର୍ଶାଯାଇଛି । ସଲମାନଙ୍କୁ ଏହି ପୋଷ୍ଟରେ ଖୁବ କଟୁ ଶବ୍ଦରେ ସମାଲୋଚନା କରାଯାଇଛି । ତେବେ ଏନେଇ ସଲମାନଙ୍କ ଟିମ କିମ୍ବା ସଲମାନଙ୍କ ପକ୍ଷରୁ କୌଣସି ଉତ୍ତର ଦିଆଯାଇ ନାହିଁ ।

Tags: