ସାରାଙ୍କ ନାଁରେ ଅଭିଯୋଗ

ସାରାଙ୍କ ନାଁରେ ଅଭିଯୋଗ
Ipsita Picture
By: Ipsita
Published On

 

 ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ସାରା ଅଲି ଖାଁ ଏବଂ ସୋସିଆଲ ମିଡିଆ ସେନ୍ସେସନ ଓରିଙ୍କ ଦୀର୍ଘ ୧୦ ବର୍ଷର ବନ୍ଧୁତାରେ ବ୍ରେକ ଲାଗିଛି । ନିକଟରେ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀଙ୍କ ଲୋକପ୍ରିୟ ସୋ’ ‘ଡବଲ ଡେଟ୍’ରେ ଯୋଗଦେଇ ଓରି ସାରା ଏବଂ ତାଙ୍କ ମାଆ ଅମ୍ରିତା ସିଂହଙ୍କ ନାଁରେ ଅନେକ ଅଭିଯୋଗ କରିଛନ୍ତି ।  ଓରିଙ୍କ କହିବା ଅନୁଯାୟୀ, କଲେଜ ଦିନରୁ ସେ ଓ ସାରା ପରସ୍ପରର ଅତ୍ୟନ୍ତ ନିକଟତର ବନ୍ଧୁ ଥିଲେ। ପୂର୍ବରୁ ଯେତେବେଳେ ସାରା ଗୋଆର ଏକ ସଙ୍ଗୀନ ଆଇନଗତ ମାମଲାରେ ଫସିଯାଇଥିଲେ  ସେତେବେଳେ ଅନେକ ଲୋକ ମନା କରିବା ସତ୍ତ୍ୱେ ଓରି ତାଙ୍କୁ ସାହାଯ୍ୟ କରିଥିଲେ । ପୁରା ପରିବାର ସହିତ ଓରି ସବୁବେଳେ ଠିଆ ହୋଇଛନ୍ତି ହେଲେ ୨୦୨୧ ମସିହାରେ ଓରିଙ୍କ ସହ ସେମାନେ କେହି ବି ଠିଆ ହୋଇନଥିବା ସେ କହିଛନ୍ତି ।  ଏପରିକି ଏହି ସମୟରେ  ସାରାଙ୍କ ମାଆ ତଥା ବରିଷ୍ଠ ଅଭିନେତ୍ରୀ ଅମ୍ରିତା ସିଂହ ତାଙ୍କୁ ଦୁର୍ବ୍ୟବହାର କରିବା ସହ ପ୍ରଚୁର ଗାଳିଗୁଲଜ ଓ ଅପମାନିତ କରିଥିଲେବୋଲି ଓରି କହିଛନ୍ତି । ଏହି ସମସ୍ତ ଘଟଣା ତାଙ୍କୁ ମାନସିକ ସ୍ତରରେ ଗଭୀର ଆଘାତ ଦେଇଥିଲା। ନିଜର ଦୁଃସମୟରେ ନିଜର ପ୍ରିୟ ସାଙ୍ଗଙ୍କ ଠାରୁ ସେ କୌଣସି ସହାନୁଭୂତି ପାଇନଥିଲେ । ଏହାପରେ ଓରି ନିଜ ଆଡୁ ଏହି ୧୦ ବର୍ଷର ବନ୍ଧୁତାକୁ ସମାପ୍ତ କରିଥିବା ନେଇ ମତ ଦେଇଛନ୍ତି । ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବାବେଳେ ସାରାଙ୍କ ପାଖରୁ ଏନେଇ କୌଣସି ମତ ମିଳିପାରିନାହିଁ ।

Tags: