ସମସ୍ତ ଅଭିଯୋଗ ମିଛ !
ବର୍ତ୍ତମାନ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ରାଜକୁନ୍ଦ୍ରା ଖୁବ ଚର୍ଚ୍ଚାରେ ରହୁଛନ୍ତି । ଉଭୟଙ୍କ ବିରୋଧରେ ଲାଗିଥିବା ୬୦ କୋଟିର ହେରଫେର ମାମଲାକୁ ନେଇ ଉଭୟ ମୁହଁ ଖୋଲିଛନ୍ତି । ନିଜ ଉପରେ ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦମ୍ପତି । ସେମାନଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲାରେ କୌଣସି ସତ୍ୟତା ନାହିଁ ଏହା ଖୁବ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଉଭୟ ମତ ଦେଇଛନ୍ତି । ଉଭୟ ଏନେଇ ନିଜନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ୨୦୨୫ ସେପ୍ଟେମ୍ବର ୧୫ରେ ରାଜ କୁନ୍ଦ୍ରା ଆର୍ଥିକ ଅପରାଧ ସାଖାରେ ହାଜର ହୋଇଥିଲେ । ଶିଳ୍ପାଙ୍କୁ ମଧ୍ୟ ତଦନ୍ତ ପାଇଁ ଇଓଡବ୍ଲୁ କାର୍ଯ୍ୟଳୟ ଯିବାକୁ ପଡିଥିଲା । ତେବେ ଉଭୟଙ୍କର ସୋସିଆଲ ମିଡିଆ ପୋଷ୍ଟ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ।
Tags:




