ଆଲିଆଙ୍କ ସ୍ପାଏ ଅବତାର
ୟଶରାଜ ଫିଲ୍ମସର ସ୍ପାଇ ୟୁନିଭର୍ସରେ ପ୍ରଥମ ଥର ପାଇଁ ମହିଳା ଗୁପ୍ତଚରଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳିବ । ଫିଲ୍ମର ରିଲିଜ ତାରିକ ନିକଟରେ ଜଣା ପଡିଛି । ଆଲିଆ ଭଟ୍ଟ, ଶର୍ବରୀ ବାଗ, ଅନିଲ କପୁର ଏବଂ ବବି ଦେଓଲଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର 'ଅଲଫା' ଆସନ୍ତା ୧୦ ଜୁଲାଇ ୨୦୨୬ରେ ସିନେମା ହଲ୍ରେ ମୁକ୍ତିଲାଭ କରିବାକୁ ଯାଉଛି । ଶିବ ରୱୈଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ଦେଖିବାକୁ ଦର୍ଶକ ଅନେକ ଦିନରୁ ଅପେକ୍ଷା କରିଛନ୍ତି । ଚର୍ଚ୍ଚା ଥିଲା ଯେ ଏହା ସିଧାସଳଖ ଓଟିଟିରେ ଆସିପାରେ ଏବଂ ନେଟଫ୍ଲିକ୍ସ ପକ୍ଷରୁ ଏଥିପାଇଁ ୨୧୫ କୋଟି ଟଙ୍କାର ଏକ ବଡ଼ ଅଫର ମଧ୍ୟ ମିଳିଥିଲା। କିନ୍ତୁ ପ୍ରଯୋଜକ ଆଦିତ୍ୟ ଚୋପ୍ରା ବଡ଼ ପରଦାରେ ଏହାକୁ ରିଲିଜ କରିବାପାଇଁ ଏହି ଡିଲ୍କୁ ନା କହିଥିଲେ । ପୂର୍ବରୁ ଏହି ଫିଲ୍ମର ରିଲିଜ ଡେଟ ଅନେକଥର ଘୁଞ୍ଚିଛି, ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଅନେକ ଦ୍ବନ୍ଦ୍ବ ରହିଛି । ହିନ୍ଦୀ ସହିତ ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବାକୁ ଥିବା ଏହି ଫିଲ୍ମରେ ଆଲିଆ ଓ ଶର୍ବରୀଙ୍କ ଆକସନ ଦେଖିବାକୁ ମିଳିବ । ନାୟିକାମାନଙ୍କର ଏହି ଆକସନ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ମେକର୍ସ ଆଶା କରିଛନ୍ତି ।



