ଅନୁତାପ କରୁଛନ୍ତି ଆଲିଆ

ଅନୁତାପ କରୁଛନ୍ତି ଆଲିଆ
Ipsita Picture
By: Ipsita
Published On

 

ହାସ୍ୟ ଅଭିନେତା ସମୟ ରୈନାଙ୍କ ଲୋକପ୍ରିୟ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟ୍ ୨ର ପ୍ରଥମ ଏପିସୋଡ୍ରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଶରଭରୀ ୱାଘଙ୍କୁ ଗେଷ୍ଟ ଭାବେ ସାମିଲ କରାଯାଇଛି । ଶୋରେ ସମୟ ରୈନା ଏବଂ ଆଲିଆ ଭଟ୍ଟ ଉଭୟ ଉଭୟଙ୍କୁ ରୋଷ୍ଟିଂ କରୁଥିବା ଦେଖିବାକୁ ମିଳିଛି । ସମୟ ଆଲିଆଙ୍କୁ ଶୋକୁ ସ୍ୱାଗତ କରି କହିଥିଲେ ଯେ ପ୍ରଥମ ଏପିସୋଡ୍ରେ ଆଲିଆ ଗେଷ୍ଟ ହୋଇ ଆସିଥିବା କଥା ସେ ବିଶ୍ୱାସ କରିପାରୁନାହାନ୍ତି, ଯାହାର ଜବାବରେ ଆଲିଆ ହସି ହସି ନିଜର ସାମାନ୍ୟ ଅନୁତାପ ହେଉଥିବା କହିଛନ୍ତି । ଏହିଭଳି ପୁରା ଏପିସୋଡରେ ସମସ୍ତେ ଅନେକ ଟ୍ରୋଲିଂ ହୋଇଛି । ତେବେ ସୋସିଆଲ ମିଡିଆରେ ବିବାଦିତ ଶୋରେ ଆଲିଆଙ୍କ ଗେଷ୍ଟ ହୋଇଯିବାକୁ ଅନେକଲୋକ ନାପସନ୍ଦ କରିଛନ୍ତି । କିଛି ଲୋକ ଫିଲ୍ମ ପାଇଁ ଏଭଳି ଷ୍ଟଣ୍ଟ ପୁରା ଟିମ କରିଥିବାନେଇ ଆଲୋଚନା କରୁଛନ୍ତି । ସୂଚନା ଅନୁସାରେ ଗତବର୍ଷ ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟ୍କୁ ନେଇ କୋର୍ଟ କେସ୍ ପର୍ଯ୍ୟନ୍ତ କଥା ଯାଇଥିବାରୁ ସମୟ ରୈନାଙ୍କୁ ବେଶ୍ ବିବାଦ ଘେରକୁ ଟଣାଯାଇଥିଲା । ସେହିଭଳି କିଛି ଲୋକ ଆଲିଆଙ୍କର କୁଲ ଅନ୍ଦାଜକୁ ପସନ୍ଦ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

Tags: