ଏକ୍ସପେରିମେଣ୍ଟ କରୁଛନ୍ତି ଆଲିଆ

ଏକ୍ସପେରିମେଣ୍ଟ କରୁଛନ୍ତି ଆଲିଆ
Ipsita Picture
By: Ipsita
Published On

 

ଆଲିଆ ଭଟ୍ଟ ବର୍ତ୍ତମାନ ତାଙ୍କ କ୍ୟାରିୟରର ଏକ ଅତ୍ୟନ୍ତ ବ୍ୟସ୍ତବହୁଳ ଏବଂ ଗୁରୁତ୍ବ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି । ଗୋଟିଏ ପରେ ଗୋଟିଏ ବଡ଼ ପ୍ରୋଜେକ୍ଟ ମଧ୍ୟରେ ଏବେ ତାଙ୍କ ନାମରେ ଆଉ ଏକ ସରପ୍ରାଇଜ୍ ପ୍ରୋଜେକ୍ଟ ଯୋଡ଼ି ହୋଇଯାଇଛି। ସୂଚନା ଅନୁଯାୟୀ, ସେ କଲ୍ଟ କ୍ଲାସିକ ଚଳଚ୍ଚିତ୍ର ତୁମ୍ବାଡ୍ର ସିକ୍ୱେଲ ତୁମ୍ବାଡ୍ ୨ରେ ଏକ ବିଶେଷ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ତେବେ ଏହି ଚରିତ୍ରଟି ଏକ କ୍ୟାମିଓ ବୋଲି ଆଲୋଚନା ହେଉଛି । ହେଲେ କାହାଣୀରେ ଏହି ଚରିତ୍ରର ଗୁରୁତ୍ୱ ଖୁବ ଅଧିକ ରହିଛି । ନିକଟରେ ଆଲିଆ ମୁମ୍ବାଇର ମଡ୍ ଆଇଲ୍ୟାଣ୍ଡରେ ଦୁଇ ଦିନିଆ ସୁଟିଂ ଶେଷ କରିଛନ୍ତି । ଅନ୍ୟପଟେ, ସଞ୍ଜୟ ଲୀଲା ଭାନସାଲୀଙ୍କ ଆଗାମୀ ଚଳଚ୍ଚିତ୍ର ଲଭ୍ ଆଣ୍ଡ୍ ୱାର୍ରେ ଆଲିଆଙ୍କ ସହ ରଣବୀର କପୁର ଏବଂ ଭିକି କୌଶଲ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଆଲିଆ ଜଣେ ସୈନିକ ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଯୁଦ୍ଧ ପୃଷ୍ଠଭୂମି ଉପରେ ଆଧାରିତ ଏଭଳି ଏକ ଶକ୍ତିଶାଳୀ ଚରିତ୍ରରେ ନଜର ଆସିବେ। ବର୍ତ୍ତମାନ ମୁମ୍ବାଇରେ ଏହାର ସୁଟିଂ ଚାଲିଥିବାନେଇ ସୂଚନା ରହିଛି, ପୂର୍ବରୁ ଏହାର ସୁଟିଂ ଇଟାଲୀରେ ହେବାନେଇ ଯୋଜନା ରହିଥିଲା । ଆଲିଆ ବର୍ତ୍ତମାନ ନିଜ କ୍ୟାରିୟରକୁ ନେଇ ଏକ୍ସପେରିମେଣ୍ଟ କରୁଥିବାରୁ ତାଙ୍କ ଫ୍ୟାନମାନେ ଖୁବ ଖୁସି ଅଛନ୍ତି ।

Tags: