ଅକ୍ଷୟଙ୍କ ରୋମାଣ୍ଟିକ ଅନ୍ଦାଜ
ବଲିଉଡରେ ଅକ୍ଷୟଙ୍କୁ ସମସ୍ତେ ଆକସନ୍ ମାଷ୍ଟର ବୋଲି କହିଥାଆନ୍ତି, ହେଲେ ନିକଟରେ ତାଙ୍କର ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ମିଳିଛି । ଅକ୍ଷୟ ଏ ଫିଲ୍ମ ମେକର ପ୍ରିୟଦର୍ଶନଙ୍କ ‘ଭୂତ ବଙ୍ଗଳା’ଫିଲ୍ମର ନୂଆ ରୋମାଣ୍ଟିକ ଟ୍ରାକ୍ ‘ତୁ ହି ଦିସଦା’ର ଟିଜର୍ ରିଲିଜ୍ ହୋଇଛି । ଏଥିରେ ଅକ୍ଷୟ କୁମାର ଓ ଅଭିନେତ୍ରୀ ୱାମିକା ଗବ୍ବୀଙ୍କ ମଧ୍ୟରେ ଏକ ସୁନ୍ଦର ରୋମାଣ୍ଟିକ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଯାହାକୁ ନେଇ ଅକ୍ଷୟ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ଅରିଜିତ ସିଂ ଓ ନିକିତା ଗାନ୍ଧୀଙ୍କ ସୁମଧୁର ସ୍ୱରରେ ସଜ୍ଜିତ ଏହି ଟ୍ରାକଟିକୁ ଦର୍ଶକ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ପ୍ରାୟ ୧୪ ବର୍ଷ ପରେ ପୁଣିଥରେ ଏହି ଚଳଚ୍ଚିତ୍ର ମାଧ୍ୟମରେ ଅକ୍ଷୟ ଓ ପ୍ରିୟଦର୍ଶନଙ୍କ ଆଇକନିକ୍ ଯୋଡ଼ି ଏକାଠି କାମ କରୁଛନ୍ତି । ଏହି ଯଓଡି ପୂର୍ବରୁ ‘ହେରାଫେରି’ ଓ ‘ଭୁଲ୍ ଭୁଲେୟା’ ଭଳି ସୁପରହିଟ୍ କମେଡି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଏହି ଫିଲ୍ମରେ ପରେଶ ରାୱଲ, ରାଜପାଲ ଯାଦବ, ଅସରାନୀ ଓ ତବ୍ଦୁଙ୍କ ଭଳି ବଡବଡ ଷ୍ଟାରକାଷ୍ଟ ଦେଖିବାକୁ ମିଳିବ । ଚଳଚ୍ଚିତ୍ରଟି ଆସନ୍ତା ୧୦ ଏପ୍ରିଲ, ୨୦୨୬ରେ ରିଲିଜ ହେବାନେଇ ସୂଚନା ରହିଛି ।




