ଅକ୍ଷୟ ଖାନା

ଦୁଷ୍ଟ ନାୟକ

ଅକ୍ଷୟ ଖାନା
Ipsita Picture
By: Ipsita
Published On

 

ନିକଟରେ ରିଲିଜ ହୋଇଥିବା ଫିଲ୍ମ ଧୁରନ୍ଧରର ଏକ ଗୀତ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ ଦର୍ଶକ ଫିଲ୍ମର ହିରୋ ନୁହେଁ ବରଂ ଖଳନାୟକଙ୍କୁ ଦେଖୁଛନ୍ତି । ଏହି ଗୀତ ରିଲିଜ ହେବାପରେ ବର୍ତ୍ତମାନ ସୁପରଷ୍ଟାର ପାଲଟିଛନ୍ତି ନବେ ଦଶକରେ ହିରୋ ଭୂମିକାରେ ଅଭିନୟ କରୁଥିବା ଅକ୍ଷୟ ଖାନା । ଏହି ଗୀତରେ ତାଙ୍କର ଅନ୍ଦାଜକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ସମସ୍ତେ ଯେପରି ଏହି ଗୀତ ପାଇଁ ପାଗଳ ହୋଇଯାଇଛନ୍ତି । ସୋସିଆଲ ମିଡିଆରେ ସମସ୍ତେ ଏହି ଗୀତରେ ରିଲ୍ସ ପ୍ରସ୍ତୁତ କରି ସେୟାର କରିବାରେ ଲାଗିଛନ୍ତି । ଏପରିକି ଅକ୍ଷୟଙ୍କ ପାଇଁ ବର୍ତ୍ତମାନ ଓସ୍କାର ପୁରସ୍କାରର ଦାବି ମଧ୍ୟ କରାଯାଉଛି । ତେବେ ଅକ୍ଷୟଙ୍କର ଏହି କମବ୍ୟାକର ପ୍ରଶଂସା ସମସ୍ତେ କରୁଥିବା ଦେଖିବାକୁ ମିଳୁଛି । ଫିଲ୍ମର ମୁଖ୍ୟ ଚରିତ୍ରରେ ଥିବା ରଣବୀର ସିଂଙ୍କୁ ଯେପରି ଲୋକ ଭୁଲି ଯାଇଛନ୍ତି । ସମସ୍ତେ ଅକ୍ଷୟଙ୍କ ଅନ୍ଦାଜ ଓ ଅଭିନୟର ଦିବାନା ହୋଇଯାଇଛନ୍ତି । ଫିଲ୍ମରେ ଅକ୍ଷୟଙ୍କ ଚରିତ୍ରର ନାଁ ରହିଛି ରେହମାନ ଡକତି, ଯାହା ବର୍ତ୍ତମାନ ହିନ୍ଦି ସିନେମାର ନୂଆ ଟ୍ରେଣ୍ଡିଂ ଚରିତ୍ର ପାଲଟିଛି । ଚର୍ଚ୍ଚା ଅନୁସାରେ ଅକ୍ଷୟ ଏହି ଫିଲ୍ମରେ କିଛି ଷ୍ଟେପ ନିଜ ମନରୁ କାଢି ମଧ୍ୟ କରିଛନ୍ତି । ହେଲେ ଅକ୍ଷୟଙ୍କର ଏହି କମବ୍ୟାକ ତାଙ୍କ ଫ୍ୟାନଙ୍କୁ ଖୁବ ଖୁସି ଦେଇଛି । ନବେ ଦଶକରେ ତାଙ୍କ ଉପରେ ଲାଗିଥିବା ଫ୍ଲପର ଟ୍ୟାଗକୁ ଯେପରି କେଉଁଆଡେ ଲୁଚାଇ ଦେଇଛି ଏହି ନୂଆ ଚରିତ୍ରଟି । ତେବେ କେବଳ ଧୁରନ୍ଧର ଫିଲ୍ମ ନୁହେଁ ଏହା ପୂର୍ବରୁ ଭିକ୍କି କୌଶଲଙ୍କ ଛାବା ଫିଲ୍ମରେ ମଧ୍ୟ ଅକ୍ଷୟଙ୍କ ଅଭିନୟକୁ ଦର୍ଶକ ଖୁବ ଭଲପାଇବା ଦେଇଥିଲେ । ଏଥିରେ ମଧ୍ୟ ସେ ଖଳନାୟକ ଚରିତ୍ରରେ ନଜର ଆସିଥିଲେ । ଛାବାରେ ତାଙ୍କୁ ଔରଙ୍ଗଜେବଙ୍କ ଚରିତ୍ରରେ ଦର୍ଶକ ଦେଖିଥିଲେ । ଏହି ଫିଲ୍ମଟି ଛତ୍ରପତି ଶିବାଜୀଙ୍କ ଜୀବନିକୁ ନେଇ ନିର୍ମାଣ କରାଯାଇଛି । ଏଥିରେ ସେ ରଶ୍ମିକା ମନ୍ଦାନା ଓ ଭିକ୍କି କୌଶଲଙ୍କ ସହିତ ସ୍କ୍ରିନ ସେୟାର କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ଖୁବ ଭଲ କଲେକସନ୍ କରିଥିଲା ଏବଂ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ସେଥିରେ ଦର୍ଶକ ଅକ୍ଷୟ ଖାନାଙ୍କର ଏକ ନୂଆ ଅବତାର ଦେଖିବାକୁ ପାଇଥିଲେ । ଏହି ଚରିତ୍ରଟି ମଧ୍ୟ ଦର୍ଶକଙ୍କ ଉପରେ ଛାପ ଛାଡିବାରେ ସକ୍ଷମ ହୋଇଥିଲା । ଫିଲ୍ମଟି ବକ୍ସ ଅଫିସରେ ଖୁବ ଧମାଲ କରିଥିଲା । ଅକ୍ଷୟ ଖାନାଙ୍କର ଏହି କମବ୍ୟାକ ବର୍ତ୍ତମାନ ବଲିଉଡର ଏକ ନୂଆ ଧାରାକୁ ଫେରାଇଛି ବୋଲି ଆଲୋଚନା ହେଉଛି । ଦର୍ଶକ ଅକ୍ଷୟଙ୍କୁ ବର୍ତ୍ତମାନ ଅମରେଶ ପୁରୀଙ୍କ ସହିତ ତୂଳନା କରିବାରେ ଲାଗିଛନ୍ତି । ଅମରେଶ ପୁରୀଙ୍କ ପରେ ବଲିଉଡର ନୂଆ ଖଳନାୟକ ଭାବେ ଅକ୍ଷୟ ଖାନା ବାହାରିଛନ୍ତି ଯିଏ ବଲିଉଡକୁ ଏକ ନୂଆ ପରିଚୟ ଦେବେ ।

Tags: