କ୍ଷମା ମାଗିଲେ ଅକ୍ଷୟ
ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ୨୦୨୨ରେ ମୁକ୍ତିଲାଭ କରିଥିବା ତାଙ୍କର ଐତିହାସିକ ଚଳଚ୍ଚିତ୍ର 'ସମ୍ରାଟ ପୃଥ୍ୱୀରାଜ'ରେ ନକଲି ନିଶ ବ୍ୟବହାରକୁ ନେଇ ଚାଲିଥିବା ସମାଲୋଚନା ଉପରେ ଉତ୍ତର ରଖିଛନ୍ତି ଅକ୍ଷୟ । ଏକ ପଡକାଷ୍ଟରେ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି ଅକ୍ଷୟ । ଅକ୍ଷୟ ସ୍ପଷ୍ଟ କରିଛନ୍ତି ଯେ ନିଶ ନ ବଢ଼ାଇବା ପଛରେ କୌଣସି ଆଳସ୍ୟ ନଥିଲା, ବରଂ ଚଳଚ୍ଚିତ୍ରର ଚରିତ୍ର ପାଇଁ ଆବଶ୍ୟକ ଥିବା ନିର୍ଦ୍ଦିଷ୍ଟ ଶୈଳୀର ନିଶ ସେ ବଢାଇ ପାରିନଥିଲେ । କାରଣ ତାଙ୍କ ମୁହଁରେ ଏହା ପ୍ରାକୃତିକ ଭାବେ ଉଠିବା ସମ୍ଭବ ନଥିଲା, ତେଣୁ ସେ ନକଲି ନିଶର ସାହାରା ନେଇଥିଲେ। ସୂଚନା ଅନୁସାରେ ପ୍ରାୟ ୧୭୫ କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ମାତ୍ର ୯୦ କୋଟି ଟଙ୍କା ଆୟ କରିଥିଲା । ସେତେବେଳେ ଅକ୍ଷୟଙ୍କ ଲୁକ୍ ସହ ଶୀଘ୍ର ଶୁଟିଂ ସାରିବା ପ୍ରକ୍ରିୟାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ୍ କରାଯାଇଥିଲା। ବର୍ତ୍ତମାନ ଅକ୍ଷୟ ନିଜର ଆଗାମୀ ବଡ଼ ପ୍ରୋଜେକ୍ଟ 'ୱେଲକମ୍ ଟୁ ଦ ଜଙ୍ଗଲ' ଏବଂ ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ 'ହୈୱାନ' ପାଇଁ ପ୍ରସ୍ତୁତ ହେଉଛନ୍ତି ।



