ଭଲ ନୁହନ୍ତି ଅକ୍ଷୟ ଖାନ୍ନା

ଭଲ ନୁହନ୍ତି ଅକ୍ଷୟ ଖାନ୍ନା
Ipsita Picture
By: Ipsita
Published On

 

ବଲିଉଡ୍ ଅଭିନେତା ଅକ୍ଷୟ ଖାନ୍ନା ୨୦୨୫ ମସିହାରେ 'ଛାୱା' ଏବଂ 'ଧୁରନ୍ଧର' ଭଳି ଫିଲ୍ମ ଜରିଆରେ ଏକ ଜବରଦସ୍ତ କମ୍ବ୍ୟାକ୍ କରିଥିବା ବେଳେ, ଏବେ ତାଙ୍କର ପୁରୁଣା ଦିନର ବ୍ୟବହାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନିକଟରେ କୋରିଓଗ୍ରାଫର୍ ତଥା ନିର୍ଦ୍ଦେଶକ ଫରାହ ଖାନ୍ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ, ୯୦ ଦଶକରେ ଅକ୍ଷୟଙ୍କ ସହ କାମ କରିବା ତାଙ୍କ ପାଇଁ ଏକ 'ଭୟଙ୍କର ଅଭିଜ୍ଞତା' ଥିଲା । ସେତେବେଳେ ସେ ଜଣେ ଭଲ ମଣିଷ ନଥିଲେ ବୋଲି ଫରହା ପ୍ରକାଶ କରିଛନ୍ତି । ଫରାହଙ୍କ ମତ ଅନୁଯାୟୀ, ଅକ୍ଷୟ ସେହି ସମୟରେ ବହୁତ ଚିଡ଼ଚିଡ଼ା ରହୁଥିଲେ ଏବଂ ସେଟ୍ରେ ଜିନିଷପତ୍ର ଫିଙ୍ଗିବା ସହ ସ୍କ୍ରିପ୍ଟକୁ ନେଇ ସବୁବେଳେ ପ୍ରଶ୍ନ କରୁଥିଲେ। ଯାହାର ମୁଖ୍ୟ କାରଣ ଥିଲା ତାଙ୍କର କେଶ ଝଡ଼ିବା ସମସ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ମାନସିକ ଚାପ । ଏଥିପାଇଁ ଫରାହ ଅନେକ ବର୍ଷ ଧରି ତାଙ୍କ ସହ କାମ କରିବାକୁ ଏଡ଼ାଇ ଯାଉଥିଲେ। ହେଲେ 'ଦିଲ୍ ଚାହତା ହୈ' ସମୟରେ ଅକ୍ଷୟଙ୍କ ବ୍ୟକ୍ତିତ୍ୱରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିଥିଲା ଏବଂ ସେ ଜଣେ ଶାନ୍ତ ସ୍ୱଭାବର ବ୍ୟକ୍ତିରେ ପରିବର୍ତ୍ତିତ ହୋଇଥିଲେ । ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା ବେଳେ ଫରାହ ତାଙ୍କର ନୃତ୍ୟ ଓ ଅଭିନୟ ଶୈଳୀର ବେଶ୍ ପ୍ରଶଂସା ମଧ୍ୟ କରିଛନ୍ତି । ଏପରିକି ସେ ଅକ୍ଷୟଙ୍କୁ ଧୁରନ୍ଧର ଫିଲ୍ମ ପାଇଁ ଓସ୍କାର ପୁରସ୍କାର ମିଳିବାର ଆବଶ୍ୟକତା ରହିଛି ବୋଲି ଦାବି କରିଥିଲେ ।

Tags: