ହସାଇବେ ଅଜୟ
ଚଳିତ ୨୦୨୬ ମସିହାରେ ବଡ଼ ପରଦାରେ ଭରପୂର ମନୋରଞ୍ଜନ ଓ ହାସ୍ୟରସର ଖୋରାକ ଯୋଗାଇବା ପାଇଁ ବହୁପ୍ରତୀକ୍ଷିତ ମଲ୍ଟି-ଷ୍ଟାରର୍ ଚଳଚ୍ଚିତ୍ର ‘ଧମାଲ୍ ୪’ ରିଲିଜ ହେବାକୁ ଯାଉଛି । ରିପୋର୍ଟ ଅନୁଯାୟୀ, ୨୦୨୬ ଜୁଲାଇ ୧୦ ତାରିଖରେ ଏହା ରିଲିଜ ହେବ । ୟଶରାଜ୍ ଫିଲ୍ମସର ସ୍ପାଈ ୟୁନିଭର୍ସ ଚଳଚ୍ଚିତ୍ର ‘ଆଲଫା’ ଜୁଲାଇ ୩ ତାରିଖକୁ ଘୁଞ୍ଚିଯିବା ପରେ ଜୁଲାଇ ୧୦ ତାରିଖର ସ୍ଲଟ୍ ଖାଲି ପଡ଼ିଥିଲା ଯାହାହାର ସୁଯୋଗ ଏହି ଫିଲ୍ମ ନେଇଥିବାନେଇ ଆଲୋଚନା ହେଉଛି । ଏହି ଫିଲ୍ମରେ ମୁଖ୍ୟ କଳାକାରଭାବେ ଅଜୟ ଦେବଗନ୍, ରିତେଶ ଦେଶମୁଖ, ଅରସଦ ୱାର୍ସି, ସଞ୍ଜୟ ମିଶ୍ର ଏବଂ ଜାଭେଦ୍ ଜାଫେରୀଙ୍କ ସହ ଏଥର ସଞ୍ଜିଦା ଶେଖ୍, ଇସା ଗୁପ୍ତା, ଅଞ୍ଜଳି ଆନନ୍ଦ, ଉପେନ୍ଦ୍ର ଲିମାୟେ, ବିଜୟ ପାଟକର ଏବଂ ରବି କିଷନଙ୍କୁ ଦେଖିବାକୁ ମିଳିବ । ଫିଲ୍ମଟିର କାହାଣୀ ଦର୍ଶକଙ୍କୁ ଖୁବ ହସର ଖୋରାକ ଯୋଗାଇବ ବୋଲି ମେକର୍ସ ଆଶା ରଖିଛନ୍ତି ।
Tags:




