ଅଜୟଙ୍କ ନୂଆ ଗୀତ!

ବଲିଉଡ୍‌ ଦବଙ୍ଗ ସଲମାନ ଖାଁ କୋଭିଡ-୧୯କୁ ନେଇ ଏକ ଗୀତ ‘ପ୍ୟାର କେରାନା’ ତିଆରି କରି ୟୁଟ୍ୟୁବରେ ଜାରି କରିଥିଲେ। ଏହ ଗୀତକୁ ସେ ନିଜେ ଲେଖିବା ସହ କଣ୍ଠଦାନ ମଧ୍ୟ କରିଥିଲେ। ଏହାପରେ ଅକ୍ଷୟ କୁମାର ମଧ୍ୟ କରୋନା ଯୋଦ୍ଧାଙ୍କୁ ସମର୍ପିତ କରି ଏକ ଗୀତ ତିଆରି କରିଥିଲେ। ହେଲେ ଏହି ତାଲିକାରେ ଏବେ ଅଜୟ ଦେବଗନ ବି ସାମିଲ ହୋଇଯାଇଛନ୍ତି। କରୋନା ଭାଇରସ୍‌କୁ ନେଇ ଅଜୟଙ୍କ ଏକ ନୂଆ ଗୀତ ‘ଠହର ଯା’ ସାମ୍ନାକୁ […]

Samaya Live Picture
Published On

ବଲିଉଡ୍‌ ଦବଙ୍ଗ ସଲମାନ ଖାଁ କୋଭିଡ-୧୯କୁ ନେଇ ଏକ ଗୀତ ‘ପ୍ୟାର କେରାନା’ ତିଆରି କରି ୟୁଟ୍ୟୁବରେ ଜାରି କରିଥିଲେ। ଏହ ଗୀତକୁ ସେ ନିଜେ ଲେଖିବା ସହ କଣ୍ଠଦାନ ମଧ୍ୟ କରିଥିଲେ।

ଏହାପରେ ଅକ୍ଷୟ କୁମାର ମଧ୍ୟ କରୋନା ଯୋଦ୍ଧାଙ୍କୁ ସମର୍ପିତ କରି ଏକ ଗୀତ ତିଆରି କରିଥିଲେ।

ହେଲେ ଏହି ତାଲିକାରେ ଏବେ ଅଜୟ ଦେବଗନ ବି ସାମିଲ ହୋଇଯାଇଛନ୍ତି। କରୋନା ଭାଇରସ୍‌କୁ ନେଇ ଅଜୟଙ୍କ ଏକ ନୂଆ ଗୀତ ‘ଠହର ଯା’ ସାମ୍ନାକୁ ଆସିଛି। ଏହାକୁ ମେହୁଲ ବ୍ୟାସ କଣ୍ଠଦାନ କରିଛନ୍ତି ଏବଂ ସଙ୍ଗୀତ ଲେଖିଛନ୍ତି ଅନୀଲ ବର୍ମା।

ଏହାକୁ ଘରେ ହିଁ ଶୁଟିଂ କରାଯାଇଥିବା ବେଳେ ଏହି ଗୀତ ଜରିଆରେ ତାଙ୍କର ୯ବର୍ଷର ପୁଅ ୟୁଗ ଦେବଗନ ସହକାରୀ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିବା ଜଣାପଡ଼ିଛି। ଏଥିରେ ଜୀବନର ବ୍ୟସ୍ତତାକୁ ଚିତ୍ରଣ କରାଯାଇଥିବା ବେଳେ ଟିକିଏ ବିରାମ ପାଇଁ ନିବେଦନ କରାଯାଇଛି। ଦେଶର ଏହି ଘଡିସନ୍ଧି ମୁହୂର୍ତ୍ତ ବା ଝଡ଼ ଆଉ କିଛି ଦିନ ପରେ ଚାଲିଯିବ ବୋଲି ଏହି ଗୀତ ମାଧ୍ୟମରେ ଲୋକଙ୍କ ଭିତରେ ଅଜୟ ଆଶା ସଞ୍ଚାର କରିବାକୁ ପ୍ରୟାସ କରିଛନ୍ତି।

Tags: