ଚାଣକ୍ୟ ଭୂମିକାରେ ଅଜୟ ଦେବଗନ

ସମୟ ଲାଇଭ,୧୭/୪: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଲଢ଼େଇ ଜାରି ରଖିଥିବାବେଳେ। ଭାରତୀୟ ସିନେ ଜଗତରେ ନିରବତା ଦେଖାଦେଇଛି। ତେବେ ଲକ୍‍ ଡ଼ାଉନ୍‍ ସମାପ୍ତି ପରେ ପରେ ଧମାକାଦାର ଫିଲ୍ମ ଭେଟି ଦେବା ପାଇଁ ଚଳଚ୍ଚିତ୍ର ନିର୍ମାତାମାନେ ଯୋଜନା ପ୍ରସ୍ତୁତ କରିବାରେ ଲାଗିଛନ୍ତି। ବର୍ଷ ୨୦୨୦ ଆରମ୍ବରୁ ଦମଦାର ଫିଲ୍ମ ‘ତାନାଜୀ’ ଦର୍ଶକଙ୍କୁ ଭେଟି ଦେଇଥିବା ଅଜୟ ଦେବଗନ ଖୁବ୍‍ଶୀଘ୍ର ଚାଣକ୍ୟ ଭୂମିକାରେ ନଜର ଆସିବେ। ନିରଜ ପାଣ୍ଡେଙ୍କ ଦ୍ୱବାରା ନିର୍ମାଣ ହେବାକୁ ଥିବା ଫିଲ୍ମ […]

Samaya Live Picture
Published On

ସମୟ ଲାଇଭ,୧୭/୪: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଲଢ଼େଇ ଜାରି ରଖିଥିବାବେଳେ। ଭାରତୀୟ ସିନେ ଜଗତରେ ନିରବତା ଦେଖାଦେଇଛି। ତେବେ ଲକ୍‍ ଡ଼ାଉନ୍‍ ସମାପ୍ତି ପରେ ପରେ ଧମାକାଦାର ଫିଲ୍ମ ଭେଟି ଦେବା ପାଇଁ ଚଳଚ୍ଚିତ୍ର ନିର୍ମାତାମାନେ ଯୋଜନା ପ୍ରସ୍ତୁତ କରିବାରେ ଲାଗିଛନ୍ତି। ବର୍ଷ ୨୦୨୦ ଆରମ୍ବରୁ ଦମଦାର ଫିଲ୍ମ ‘ତାନାଜୀ’ ଦର୍ଶକଙ୍କୁ ଭେଟି ଦେଇଥିବା ଅଜୟ ଦେବଗନ ଖୁବ୍‍ଶୀଘ୍ର ଚାଣକ୍ୟ ଭୂମିକାରେ ନଜର ଆସିବେ। ନିରଜ ପାଣ୍ଡେଙ୍କ ଦ୍ୱବାରା ନିର୍ମାଣ ହେବାକୁ ଥିବା ଫିଲ୍ମ ‘ ଚାଣକ୍ୟ’ରେ ମୁଖ୍ୟ ଭୂମିକା ଅର୍ଥାତ୍‍ ଚାଣକ୍ୟ ଭୂମିକାରେ ଅଜୟ ଦେବଗନ ଅଭିନୟ କରିବେ। ତେବେ ଏହି ଫିଲ୍ମ ପାଇଁ ଅଜୟ ଦେବଗନ ଚୁଟି କାଟି ଲଣ୍ଡା ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି।
୨ ବର୍ଷ ପୂର୍ବରୂ ନିରଜ ପାଣ୍ଡେ ଏହି ପ୍ରୋଜେକ୍ଟ ଉପରେ କାମ କରୁଥିବାବେଳେ ଲକ୍‍ ଡ଼ାଉନ୍‍ କାରଣରୁ ସୁଟିଂ ବନ୍ଦ ରହିଛି। ତେବେ ଅନ୍ୟାନ୍ୟ କାମ ଘରୁ ଚାଲୁରହିଥିôବାବେଳେ ନିର୍ମାତା ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହାର ତର୍ଜମା କରୁଛନ୍ତି।

Tags: