ଐଶ୍ୱର୍ଯ୍ୟାଙ୍କ ସରପ୍ରାଇଜ
ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜ ଝିଅ ଆରାଧ୍ୟାଙ୍କୁ ସ୍କୁଲ ଟ୍ରିପ୍ରୁ ଫେରିବା ସମୟରେ ମୁମ୍ବାଇ ଏୟାରପୋର୍ଟରେ ସରପ୍ରାଇଜ୍ ଦେଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଭିଡିଓରେ ସେ ଜଣେ ସାଧାରଣ ମା' ଭଳି ନିଜ ଝିଅର ଫଟୋ ଉଠାଇବା ସହ ତାଙ୍କ ସାଙ୍ଗମାନଙ୍କ ପାଇଁ ଫଟୋଗ୍ରାଫର ସାଜିଥିବା ଦେଖିବାକୁ ମିଳିଛି । ଅଭିଷେକ ବଚ୍ଚନ ପୂର୍ବରୁ ଅନେକ ସାକ୍ଷାତକାରରେ ଐଶ୍ୱର୍ଯ୍ୟାଙ୍କୁ ଜଣେ ଦାୟିତ୍ୱବାନ ମା' ଭାବେ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଐଶ୍ଙ୍କର ଏହି ଭିଡିଓ ଏହାକୁ ପ୍ରମାଣ ଦେଇଛି ବୋଲି ଫ୍ୟାନମାନେ ମତ ରଖିଛନ୍ତି । ୨୦୦୭ରେ ବିବାହ ଏବଂ ୨୦୧୧ରେ ଆରାଧ୍ୟାଙ୍କ ଜନ୍ମ ପରଠାରୁ ଐଶ୍ୱର୍ଯ୍ୟା ନିଜ କ୍ୟାରିୟର ଅପେକ୍ଷା ଝିଅର ଲାଳନପାଳନ ଉପରେ ଗୁରୁତ୍ବ ଦେଉଛନ୍ତି । ତାଙ୍କୁ କିଭଳି ଏକ ସାଧାରଣ ପିଲା ଭଳି ବଞ୍ଚିବାର ସୁଯୋଗ ଦେବା ଏହା ଉପରେ ସେ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି । ଯାହାଙ୍କର ଏହି ନିଆରା ଅନ୍ଦାଜକୁ ଏବେ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି ।
Tags:



