କୋର୍ଟରେ ଐଶ୍
ନିକଟରେ ଅଭିନେତ୍ରୀ ଐଶର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ ଏଆଇ ବିରୋଧରେ କୋର୍ଟ ଯାଇଛନ୍ତି । ସେମାନଙ୍କର ଏଆଇକୁ ବ୍ୟବହାର କରାଯାଇଥିବା ଡିପ ଫେକ ଭିଡିଓ ବିରୋଧରେ ସେ ଏହି ମାମଲା ରୁଜୁ କରିଥିବା ଜଣା ପଡିଛି । ସେ ଏହି ଅଭିଯୋଗୟୁଟ୍ୟୁବ ଓ ଗୁଗୁଲ ବିରୋଧରେ କରିଛନ୍ତି । ଏହି ଅଭିଯୋଗରେ ସେ ୪ ହଜାର କୋଟିର ମାନହାନି ଦାବି କରିଥିବା ଜଣା ପଡିଛି । ଦମ୍ପତିଙ୍କର ଏହି ଅଭିଯୋଗ ପରେ ଦିଲ୍ଲୀ ହାଇକୋର୍ଟ ଏଭଳି […]
ନିକଟରେ ଅଭିନେତ୍ରୀ ଐଶର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ ଏଆଇ ବିରୋଧରେ କୋର୍ଟ ଯାଇଛନ୍ତି । ସେମାନଙ୍କର ଏଆଇକୁ ବ୍ୟବହାର କରାଯାଇଥିବା ଡିପ ଫେକ ଭିଡିଓ ବିରୋଧରେ ସେ ଏହି ମାମଲା ରୁଜୁ କରିଥିବା ଜଣା ପଡିଛି । ସେ ଏହି ଅଭିଯୋଗୟୁଟ୍ୟୁବ ଓ ଗୁଗୁଲ ବିରୋଧରେ କରିଛନ୍ତି । ଏହି ଅଭିଯୋଗରେ ସେ ୪ ହଜାର କୋଟିର ମାନହାନି ଦାବି କରିଥିବା ଜଣା ପଡିଛି । ଦମ୍ପତିଙ୍କର ଏହି ଅଭିଯୋଗ ପରେ ଦିଲ୍ଲୀ ହାଇକୋର୍ଟ ଏଭଳି ମାମଲାରେ କଡା ପଦକ୍ଷେପ ନେଇଛନ୍ତି । କୋର୍ଟ ପକ୍ଷରୁ ଗୁଗୁଲକୁ ନୋଟିସ ମଧ୍ୟ ଜାରି କରାଯାଇଛି । ଏଥିରେ ସେମାନଙ୍କୁ ଲିଖିତ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି । ସୂଚନା ଅନୁସାରେ ତାଙ୍କ ବିନା ଅନୁମତିରେ ଅନ୍ଲାଇନରେ ତାଙ୍କର ଇମେଜକୁ ବ୍ୟବହାର କରାଯାଉଛି, ଯାହାକୁ ରୋକିବାକୁ ଉଭୟ ଏଭଳି ପଦକ୍ଷେପ ନେଇଛନ୍ତି ।




