ଐଶ୍ବର୍ଯ୍ୟାଙ୍କ ଉତ୍ତର

ଐଶ୍ବର୍ଯ୍ୟାଙ୍କ ଉତ୍ତର
Ipsita Picture
By: Ipsita

 

Read More ବଲିଉଡରେ ବି ସମାନ ସ୍ଥିତି

ଅଭିନେତ୍ରୀ ଐଶ୍ବର୍ଯ୍ୟା ଶର୍ମା ସ୍ବାମୀ ନେଲି ଭଟ୍ଟଙ୍କ ସହିତ ବିବାହ ବିଚ୍ଛେଦକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ କିଛି ଲୋକ ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଥିବାବେଳେ କିଛି ଲୋକ ତାଙ୍କୁ ଟ୍ରୋଲ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ତେବେ ଟ୍ରୋଲରଙ୍କୁ ଜବାବ ଦେଇଛନ୍ତି ନିଜେ ଐଶ୍ବର୍ଯ୍ୟା । ସବୁବେଳେ ସୋସିଆଲ ମିଡିଆରେ କିଛି ବି କହିବା ସହଜ ହୋଇଥାଏ । ତାଙ୍କୁ କେହି ବି ବ୍ୟକ୍ତିଗତ ଭାବେ ଜାଣି ନାହାନ୍ତି କିମ୍ବା ତାଙ୍କ ଜୀବନରେ କଣ ହେଉଛି ସେ ବିଷୟରେ ମଧ୍ୟ କେହି ଅବଗତ ନାହାନ୍ତି । ହେଲେ ସୋସିଆଲ ମିଡିଆରେ ସମସ୍ତେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କମେଣ୍ଟ କରିବାରେ ଲାଗିଛନ୍ତି । ଏପରିକି ତାଙ୍କୁ ଗାଳି ମଧ୍ୟ ଦେଉଛନ୍ତି । ସେହିଭଳି ଯେଉଁ ଲୋକମାନେ ତାଙ୍କୁ ବ୍ୟକ୍ତିଗତ ସ୍ତରରେ ଜାଣିଛନ୍ତି ସେମାନଙ୍କୁ ପଚାରିବାକୁ ସେ ଟ୍ରୋଲରଙ୍କୁ ପରାମର୍ଶ ଦେଇଛନ୍ତି । ସେ କେବେ ବି ସେଟରେ ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରେ କାହା ସମ୍ପର୍କରେ କେବେ କିଛି ଚୁଗୁଲି କରିବା କିମ୍ବା କାହାକୁ ଦୁଃଖ ଦେବା ଭଳି କାମ କରି ନାହାନ୍ତି । ଲୋକମାନେ ତାଙ୍କୁ ନଜାଣି ଘରେ ବସି ଏଭଳି ଖରାପ ମନ୍ତବ୍ୟ ଦେଉଛନ୍ତି ଯାହା ତାଙ୍କୁ ବ୍ୟଥିତ କରିଛି ବୋଲି ଐଶ୍ବର୍ଯ୍ୟା ମତ ଦେଇଛନ୍ତି ।

Read More ବିବାହକୁ ନେଇ ଚର୍ଚ୍ଚା

Tags: