ନୂଆ ପ୍ରୋଜେକ୍ଟରେ ଅହାନ
ଫିଲ୍ମ ନିର୍ମାତା ଅଲି ଅବାସ ଜାଫର ୟଶରାଜ ଫିଲ୍ମସ ବ୍ୟାନରରେ ନିଜର ପରବର୍ତ୍ତୀ ଏକ ଅନଟାଇଟେଲ୍ଡ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିଛନ୍ତି । ତେବେ ଏହି ଫିଲ୍ମରେ 'ସୈୟାରା' ଫିଲ୍ମ ଜରିଆରେ ଡେବ୍ୟୁ କରିଥିବା ଅହାନ ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିବେ । ତାଙ୍କ ସହ ଶରଭରୀ ୱାଘ, ଐଶ୍ୱର୍ଯ୍ୟ ଠାକରେ ଓ ବବି ଦେଓଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ । ପ୍ରୋଜେକ୍ଟକୁ ନେଇ ଅହାନ ଖୁବ ଉତ୍ସାହିତ ଅଛନ୍ତି । ଫିଲ୍ମ ସମ୍ପର୍କରେ ନିର୍ଦ୍ଦେଶକ ଜାଫର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ବକ୍ସ ଅଫିସରେ ୫୦୦ କୋଟିରୁ ଅଧିକ ବ୍ୟବସାୟ କରିଥିବା ଅହାନ ଏବଂ 'ମୁଞ୍ଜ୍ୟା' ଭଳି ସଫଳ ଫିଲ୍ମରେ କାମ କରିଥିବା ଶରଭରୀଙ୍କ କେମେଷ୍ଟ୍ରୀ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ମେକର୍ସ ଆଶା ରଖିଛନ୍ତି । ଅଲି ଅବାସ ଜାଫର ଏହି ଫିଲ୍ମରେ ରୋମାନ୍ସ ଏବଂ ଆକ୍ସନର ଏକ ସୁନ୍ଦର ମିଶ୍ରଣ ଦେଖିବାକୁ ମିଳିବ ବୋଲି ଆଲୋଚନା ହେଉଛି ।
Tags:



