ନାଚିବାକୁ ଡର ଲାଗିଥିଲା

ବିଦ୍ୟାବାଲାନଙ୍କ ଭୁଲଭୁଲେୟାଁ ଫିଲ୍ମକୁ ନେଇ ବର୍ତ୍ତମାନ ଅନେକ ଚର୍ଚ୍ଚା ହେଉଛି । ଏହାର ବେଶି ଚର୍ଚ୍ଚିତ ବିଷୟ ପାଲଟିଛି ବିଦ୍ୟା ବାଲାନ ଓ ମାଧୁରୀଙ୍କ ନାଚ । ପାଖାପାଖି ୧୭ ବର୍ଷ ପରେ ବିଦ୍ୟା ଭୁଲଭୁଲେୟାଁ ଫିଲ୍ମରେ ମଞ୍ଜୁଲିକା ଚରିତ୍ରରେ ନଜର ଆସିଛନ୍ତି । ଏଥିରେ ତାଙ୍କର ଡ୍ୟାନ୍ସ କୁଇନ୍‌ ମାଧୁରୀଙ୍କ ସହିତ ଏକ ଗୀତ ରହିଛି, ଯେଉଁଥିରେ ଉଭୟଙ୍କ ନୃତ୍ୟ ଦେଖିବାକୁ ମିଳୁଛି । ତେବେ ଉଭୟଙ୍କ ନୃତ୍ୟକୁ ଦର୍ଶକ ଖୁବ ଭଲ ପାଇବା ଦେଇଛନ୍ତି […]

Samaya Live Picture
Published On

ବିଦ୍ୟାବାଲାନଙ୍କ ଭୁଲଭୁଲେୟାଁ ଫିଲ୍ମକୁ ନେଇ ବର୍ତ୍ତମାନ ଅନେକ ଚର୍ଚ୍ଚା ହେଉଛି । ଏହାର ବେଶି ଚର୍ଚ୍ଚିତ ବିଷୟ ପାଲଟିଛି ବିଦ୍ୟା ବାଲାନ ଓ ମାଧୁରୀଙ୍କ ନାଚ । ପାଖାପାଖି ୧୭ ବର୍ଷ ପରେ ବିଦ୍ୟା ଭୁଲଭୁଲେୟାଁ ଫିଲ୍ମରେ ମଞ୍ଜୁଲିକା ଚରିତ୍ରରେ ନଜର ଆସିଛନ୍ତି । ଏଥିରେ ତାଙ୍କର ଡ୍ୟାନ୍ସ କୁଇନ୍‌ ମାଧୁରୀଙ୍କ ସହିତ ଏକ ଗୀତ ରହିଛି, ଯେଉଁଥିରେ ଉଭୟଙ୍କ ନୃତ୍ୟ ଦେଖିବାକୁ ମିଳୁଛି । ତେବେ ଉଭୟଙ୍କ ନୃତ୍ୟକୁ ଦର୍ଶକ ଖୁବ ଭଲ ପାଇବା ଦେଇଛନ୍ତି । ହେଲେ ବିଦ୍ୟା ଏଥିରେ ମାଧୁରୀଙ୍କ ସହିତ ପର୍ଫମ କରିବା ପାଇଁ ଖୁବ ଡରୁଥିଲେ ବୋଲି ପ୍ରକାଶ କରିଛନ୍ତି । ବିଦ୍ୟାଙ୍କ ନୃତ୍ୟ ବେଶ୍‌ ଭଲ ହୋଇଥିଲେ ବି ତାଙ୍କୁ ମାଧୁରୀଙ୍କ ଲେବଲକୁ ମ୍ୟାଚ୍‌ କରିବାକୁ ଖୁବ ଅଧିକ ପରିଶ୍ରମ କରିବାକୁ ପଡିଥିଲା ବୋଲି ବିଦ୍ୟା ତାଙ୍କ ସାକ୍ଷାତକାରରେ ମତ ଦେଇଛନ୍ତି । ସେ ସବୁବେଳେ ମହିଳା କୈନ୍ଦ୍ରିକ ଫିଲ୍ମ ଦର୍ଶକଙ୍କ ପାଖରେ ଅଧିକ ପହଞ୍ଚୁ ବୋଲି ଚାହିଁ ଥାଆନ୍ତି, ତେଣୁ ଭୁଲଭୁଲେୟାଁ ପ୍ରୋଜେକଫ ତାଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଛନ୍ତି । ବିଦ୍ୟା ଭୁଲଭୁଲେୟାଁ ପ୍ରୋଜେକଫ କରିବା ନେଇ ଠିକ୍‌ କରିନଥିଲେ, ହେଲେ ପ୍ରଥମ ଭାଗକୁ ଦର୍ଶକ ଦେଇଥିବା ଭଲ ପାଇବାକୁ ସେ ଭୁଲି ପାରି ନଥିଲେ । ତେଣୁ ସେ ପୁଣିଥରେ ଏହି ପ୍ରୋଜେକଫ ସାହାଯ୍ୟରେ ଦର୍ଶକଙ୍କ ପାଖକୁ ଫେରିଥିଲେ । ବର୍ତ୍ତମାନ ଦର୍ଶକ ତାଙ୍କୁ ଦେଇଥିବା ଭଲପାଇବାକୁ ସେ ଖୁବ ଏଞ୍ଜୟ କରୁଥିବା ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।

Tags: