ଅଭିନେତ୍ରୀଙ୍କୁ ମାଡ ଅଭିଯୋଗ

ଅଭିନେତ୍ରୀଙ୍କୁ ମାଡ ଅଭିଯୋଗ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ସୁପରହିରୋ ସଲମାନ

ନିଜର ବିବାଦୀୟ ବୟାନ ଏବଂ ବୋଲ୍ଡ ପୋଷାକ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ଖୁସି ମୁଖାର୍ଜୀଙ୍କୁ ଦୁବାଇର ଏକ ରାସ୍ତାରେ ଜଣେ ବ୍ୟକ୍ତି ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଘଟଣାର ଏକ ଭିଡିଓ ସେ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ସେ କାନ୍ଦି କାନ୍ଦି ନିଜର ଦୁଃଖ ପ୍ରକାଶ କରିଛନ୍ତି। ଖୁସିଙ୍କ କହିବା ଅନୁଯାୟୀ, ଦୁବାଇରେ କିଛି ଲୋକ ବିନା କାରଣରେ ତାଙ୍କ ସହ ଶତ୍ରୁତା କରୁଛନ୍ତି । ଏପରିକି ସେଠାକାର ପୋଲିସ ମଧ୍ୟ ତାଙ୍କୁ କୌଣସି ସାହାଯ୍ୟ କରୁନାହିଁ ବୋଲି ସେ ବ୍ୟକ୍ତ କରିଛନ୍ତି ।  ଭିଡିଓରେ ସେ ରାସ୍ତାରେ ଚାଲିବା ଏକ ଅପରାଧ ପାଲଟିଛି ବୋଲି କହିବା ସହ ବାଇକରେ ଯାଉଥିବା ଜଣେ ବ୍ୟକ୍ତି ତାଙ୍କୁ ମାରିଥିବା ଦାବି କରିଛନ୍ତି। ଯଦିଓ ସେୟାର କରାଯାଇଥିବା ଭିଡିଓର ପୃଷ୍ଠଭୂମି ଦୁବାଇ ବଦଳରେ ଭାରତର ବୋଲି ଲୋକ କମେଣ୍ଟ ଦେଉଛନ୍ତି । ପୂର୍ବରୁ  ଦୀପାବଳି ସମୟରେ ମୁମ୍ବାଇର ଏକ ରାସ୍ତାରେ ବାଣ ଦୋକାନୀ ଏବଂ ପୋଲିସ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରି ଖୁସି ବିବାଦକୁ ଆସିଥିଲେ । ତେଣୁ ଭିଡିଓର ସତ୍ୟତାକୁ ନେଇ ବର୍ତ୍ତମାନସୁଦ୍ଧା କିଛି ଆଧିକାରୀକ ଘୋଷଣା କରାଯାଇନାହିଁ ।

ସମ୍ବନ୍ଧିତ ଖବର ଟ୍ରୋଲରଙ୍କୁ କଡା ଜବାବ

Tags: