ନୂଆ ଅନ୍ଦାଜରେ କ୍ରିତି

ନୂଆ ଅନ୍ଦାଜରେ କ୍ରିତି
Ipsita Picture
By: Ipsita
Published On

 

କ୍ରିତି ସନନ ନିଜ ଫ୍ୟାନମାନଙ୍କୁ ଏକ ସରପ୍ରାଇଜ ଦେଇଛନ୍ତି । ହୋମି ଅଦାଜାନିଆଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର କକଟେଲ୍ ୨ରେ ଅଭିନେତ୍ରୀ କ୍ରିତିଙ୍କୁ ଦେଖିବାକୁ ମିଳିବ । ଏକ ସମ୍ପୂର୍ଣ୍ଣ ନୂଆ ଏବଂ ଗ୍ଲାମରସ ଅବତାରରେ ଏହି ଫିଲ୍ମରେ କ୍ରିତି ନଜର ଆସିବେ ବୋଲି ଆଲୋଚନା ହେଉଛି ।  ଶାହିଦ କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା କ୍ରିତି ଏହି ଚରିତ୍ରକୁ ନିଜ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ପାଲଟିଛି । ଗତ ମାର୍ଚ୍ଚ ୧୩ ତାରିଖରେ ଶାହିଦ ଓ କୃତି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରିଥିବା ବେଳେ ଏହା ୨୦୨୬ ଜୁନ୍ ୧୯ରେ ଏହା ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ କ୍ରିତିଙ୍କର ଏକ ଭିନ୍ନ ଅନ୍ଦାଜ ଦର୍ଶକ ଦେଖିବାନେଇ ଆଲୋଚନା ହେଉଛି । ସେହିଭଳି ଏଭଳି ଏକ ଭିନ୍ନ ଧରଣର ପ୍ରୋଜେକ୍ଟରେ କାମ କରି କ୍ରିତି ମଧ୍ୟ ଖୁବ ଖୁସି ଅଛନ୍ତି । ଫିଲ୍ମଟିର ପ୍ରଥମ ଭାଗ ଭଳି ସିକୁଏଲକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିବେ ବୋଲି ପୁରା ଟିମ ଆଶା ରଖିଛନ୍ତି ।

Tags: