ଆକ୍ଟିଂ ଡେବ୍ୟୁ
ସିମର ଭାଟିଆ
ଖିଲାଡି ଷ୍ଟାରଙ୍କ ସମ୍ପର୍କୀୟ ସିମର ଭାଟିଆ ଖୁବଶୀଘ୍ର ଅଭିନୟରେ ଡେବ୍ୟୁ କରିଛନ୍ତି । ସିମରଙ୍କୁ ଅଗସ୍ତ୍ୟା ନନ୍ଦାଙ୍କ ସହ ଫିଲ୍ମ ଇକ୍କିଶରେ ଦେଖିବାକୁ ମିଳୁଛି । ସିମରଙ୍କ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସୁଛି । ତେବେ ପିଲାଦିନୁ ଫିଲ୍ମ ବ୍ୟାଗଗ୍ରାଉଣ୍ଡରେ ବଢିଥିଲେ ମଧ୍ୟ ଲାଇମ ଲାଇଟରୁ ସବୁବେଳେ ଦୂରେଇ ରହିଥାନ୍ତି ସିମର । ଅକ୍ଷୟଙ୍କ ଭାଣେଜୀ ହୋଇମଧ୍ୟ ଖୁବ ଲୋ ପ୍ରୋଫାଇଲ ମେଣ୍ଟନ କରୁଥିବାରୁ ଏହା ତାଙ୍କୁ ଭିଡ ଭିତରେ ଅଲଗା କରିପାରିଛି ବୋଲି ଅନେକ ସମୟରେ ମତ ପ୍ରକାଶ ପାଇଥାଏ । ସେହିଭଳି ଇକ୍କିଶ ଭଳି ଦମଦାର ଫିଲ୍ମରେ ଡେବ୍ୟୁ କରିଥିବାରୁ ଆଗକୁ ତାଙ୍କ କ୍ୟାରିୟରେ ଦର୍ଶକ ଖୁବ ଭର୍ସାଟିଲିଟି ଦେଖିବାକୁ ପାଇବେ ବୋଲି ଆଶା ରଖିଛନ୍ତି ।
ୟଶ ବର୍ଦ୍ଧନ ଅହୁଜା
ନିକଟରେ ଗୋବିନ୍ଦାଙ୍କ ପୁଅ ୟଶ ବର୍ଦ୍ଧନ ଅହୁଜା ଖୁବ ଚର୍ଚ୍ଚା ସାଉଁଟିଥିବାର ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଅପଲୋଡ ହେବାପରେ ସମସ୍ତେ ତାଙ୍କୁ ହ୍ରିତିକ ରୋଶନ ଓ ଟାଇଗର ସ୍ରଫଙ୍କ ସହିତ ତୂଳନା କରିବା ଆରମ୍ଭ କରିଛନ୍ତି । ତେବେ ୟଶଙ୍କୁ ଖୁବଶୀଘ୍ର ଏକ ଫିଲ୍ମରେ ଦେଖିବାକୁ ମିଳିବ ଯାହା ଜରିଆରେ ସେ ନିଜର ଆକ୍ଟିଂ ଡେବ୍ୟୁ କରିବେ । ତେବେ ଫିଲ୍ମ ୨୦୨୬ରେ ରିଲିଜ ହେବାକୁ ଥିବାବେଳେ ଏହାର ଟାଇଟଲ ଏବେ ଯାଏଁ ଫାଇନାଲ ହୋଇ ନାହିଁ । ୯୦ ଦଶକର ସୁପରଷ୍ଟାର ଗୋବିନ୍ଦାଙ୍କ ପୁଅ ହୋଇଥିବାରୁ ତାଙ୍କ ଠାରୁ ଦର୍ଶକ ଖୁବ ଅଧିକ ଆଶା ରଖିଛନ୍ତି ବୋଲି ସୋସିଆଲ ମିଡିଆରେ ଆଲୋଚନା ଜାରି ରହିଛି । ସମସ୍ତଙ୍କର ଆଶା ଅଛି ୟଶ ଖୁବ ଭଲ ଅଭିନୟ କରିବେ ।



