ଆରାଧ୍ୟା ମୋର ପ୍ରାଥମିକତା
By: Ipsita
ନିକଟରେ ଐଶ୍ୱର୍ଯ୍ୟା ବଚ୍ଚନ ୪ ଡିସେମ୍ବରରେ ରେଡ ସି ଫିଲ୍ମ ଫେଷ୍ଟିଭାଲରେ ନଜର ଆସିଥିଲେ । ତେବେ ଏଥିରେ ଐଶ୍ ଦେଇଥିବା ମନ୍ତବ୍ୟ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଏହାର ଓପନିଂ ସେରିମନିରେ ଭାଗନେଇ ସେ ନିଜର ବିଭିନ୍ନ ବ୍ୟକ୍ତିଗତ ଓ ବୃତ୍ତିଗତ ନିଷ୍ପତ୍ତି ଉପରେ କଥା ହୋଇଛନ୍ତି । ତାଙ୍କୁ ଆରାଧ୍ୟା ଓ ଅଭିଷେକଙ୍କ ସହିତ ସମୟ ବିତାଇବାକୁ ଖୁବ ଭଲ ଲାଗିଥାଏ । ତେଣୁ ସେ ଏହି ସମୟରେ ଯଦି କୌଣସି ଫିଲ୍ମ କରୁନାହାନ୍ତି ତେବେ ତାଙ୍କୁ କ୍ୟାରିୟର ପାଇଁ କୌଣସି ଇନ୍ସିକ୍ୟୁରିଟି ଅନୁଭବ ହୋଇନଥାଏ ବୋଲି ସେ ମତ ଦେଇଛନ୍ତି । ଅସୁରକ୍ଷାର ଭାବନା କେବେ ବି ତାଙ୍କ ମନକୁ ଆସିନାହିଁ ବୋଲି ସେ କହିଛନ୍ତି । ସେହିଭଳି ଆରାଧ୍ୟା ତାଙ୍କ ପାଇଁ ସବୁବେଳେ ପ୍ରାଥମିକତା ରହିଛନ୍ତି ଓ ଆଗକୁ ରହିବେ ବୋଲି ଐଶ୍ ଏହି ସାକ୍ଷାତକାରରେ କହିଛନ୍ତି । ଐଶ୍ଙ୍କର ଏହି ସାକ୍ଷାତକାର ବର୍ତ୍ତମାନ ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛି । ସମସ୍ତେ ଐଶ୍ଙ୍କ ମତକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।
Read More ବାହାହେବେନି ନବ୍ୟା !
Tags:


