ଆସୁଛି ଗଜିନି 2
ସମୟ ଲାଇଭ୧୪/୩ : ଆମୀର ଖାନ୍ଙ୍କ ଜନ୍ମଦିନ ପୂର୍ବରୁ ଏକ ଆଲୋଚନା ଜୋର ଧରିଛି। କୁହାଯାଉଛି, ୨୦୦୮ରେ ରିଲିଜ୍ ହୋଇଥିବା ହିଟ୍ ଫିଲ୍ମ ’ଗଜନୀ’ର ସିକ୍ୱେଲ୍ ତିଆରି ହେବ। ଆଉ ଏଥିରେ ପୁଣି ଆମୀରଙ୍କୁ ଦେଖିବାକୁ ମିଳିବ।ଏଭଳି ଚର୍ଚ୍ଚାର ସୂତ୍ରପାତ ହୋଇଛି ରିଲାଏନ୍ସ ଏଣ୍ଟରଟେନ୍ମେଣ୍ଟର ଏକ ଟ୍ୱିଟ୍ରୁ। ଏହାର ଅଫିସିଆଲ୍ ଟ୍ୱିଟର ଏକାଉଣ୍ଟରେ ଦୁଇ ଦିନ ତଳେ ଅର୍ଥାତ୍ ୧୦ ତାରିଖରେ ହୋଇଥିବା ଏକ ପୋଷ୍ଟରେ ‘ଗଜନୀ’ ଲେଖାଅଛି। ଏଥିରେ ଲେଖା ହୋଇଛି- ‘ଏହି ପୋଷ୍ଟଟି ବୋଧହୁଏ […]
ସମୟ ଲାଇଭ୧୪/୩ : ଆମୀର ଖାନ୍ଙ୍କ ଜନ୍ମଦିନ ପୂର୍ବରୁ ଏକ ଆଲୋଚନା ଜୋର ଧରିଛି। କୁହାଯାଉଛି, ୨୦୦୮ରେ ରିଲିଜ୍ ହୋଇଥିବା ହିଟ୍ ଫିଲ୍ମ ’ଗଜନୀ’ର ସିକ୍ୱେଲ୍ ତିଆରି ହେବ। ଆଉ ଏଥିରେ ପୁଣି ଆମୀରଙ୍କୁ ଦେଖିବାକୁ ମିଳିବ।
ଏଭଳି ଚର୍ଚ୍ଚାର ସୂତ୍ରପାତ ହୋଇଛି ରିଲାଏନ୍ସ ଏଣ୍ଟରଟେନ୍ମେଣ୍ଟର ଏକ ଟ୍ୱିଟ୍ରୁ। ଏହାର ଅଫିସିଆଲ୍ ଟ୍ୱିଟର ଏକାଉଣ୍ଟରେ ଦୁଇ ଦିନ ତଳେ ଅର୍ଥାତ୍ ୧୦ ତାରିଖରେ ହୋଇଥିବା ଏକ ପୋଷ୍ଟରେ ‘ଗଜନୀ’ ଲେଖାଅଛି।
ଏଥିରେ ଲେଖା ହୋଇଛି- ‘ଏହି ପୋଷ୍ଟଟି ବୋଧହୁଏ ଗଜନୀ ବିଷୟରେ ଥିଲା, ହେଲେ ଆମେ ଭୁଲିଗଲୁ ଯେ ଆମେ କ’ଣ ତିଆରି କରିବାକୁ ଚାହୁଁଛୁ।’ ଆଉ ଏହାର କ୍ୟାପସନ୍ରେ ଲେଖାଯାଇଛି ଯେ ଏଥିପାଇଁ ଗଜନୀ ଦାୟୀ! କେବଳ ସେତିକି ନୁହେଁ, ଏହି ପୋଷ୍ଟରେ ଆମୀରଙ୍କୁ ମଧ୍ୟ ଟ୍ୟାଗ୍ କରାଯାଇଛି।
ଯେଉଁମାନେ ‘ଗଜନୀ’ ଫିଲ୍ମ ଦେଖିଥିବେ, ସେମାନେ ଏହି ପୋଷ୍ଟଟିକୁ ବୁଝିଥିବେ। କାରଣ ‘ଗଜନୀ’ରେ ଆମୀରଙ୍କୁ ସର୍ଟ ଟର୍ମ ମେମୋରି ଲସ୍ର(ଭୁଲିଯିବା) ସମସ୍ୟା ଥିଲା। ସେ ସବୁକିଛି ଭୁଲି ଯାଉଥିଲେ। ତେଣୁ ଏହି ପୋଷ୍ଟକୁ ଦେଖିବା ପରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ପ୍ରାୟ ସମସ୍ତେ ଭାବୁଛନ୍ତି ଯେ ଏହାର ସିକ୍ୱେଲ୍ ଆସିବ।
Tags:




