କାନ୍ଦିଲେ ଆମିର

କାନ୍ଦିଲେ ଆମିର
Ipsita Picture
By: Ipsita
Published On

 

ଆମିର ଖାନ୍ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ତଥା ଜୁନୈଦ ଖାନ୍ ଓ ସାଇ ପଲ୍ଲବୀଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ଏକ ଦିନ୍ଆସନ୍ତା ମେ୧ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି । ରବିବାର ମୁମ୍ବାଇଠାରେ ଏହାର ଏକ  ମ୍ୟୁଜିକାଲ୍ ଇଭେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆମିର ଖାନ୍ ନିଜ ବାନ୍ଧବୀ ଗୌରୀ ସ୍ପ୍ରାଟ୍ଓ ତାଙ୍କ ପୁଅଙ୍କ ସହ ସାମିଲ ହୋଇଥିଲେ । ତେବେ ଫିଲ୍ମର ଏକ ଗୀତ ଦେଖି ସେ ବେଶ୍ ଭାବୁକ ହୋଇ କାନ୍ଦିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଏହି ଅବସରରେ ଆମିର ସାଇ ପଲ୍ଲବୀଙ୍କୁ ଆମିର ଖୁବ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲା । ସେହିଭଳି ପୁଅ ଜୁନୈଦଙ୍କ ଅଭିନୟ ତାଙ୍କ ଭାବପ୍ରବଣ କରିଥିବା ସେ ପ୍ରକାଶ କରିଥିଲେ, ଯାହା ତାଙ୍କ ଆଖିରେ ଲୁହ ଆଣିଦେଇଥିବା ଆମିର କହିଥିଲେ । ସୁନୀଲ ପାଣ୍ଡେଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ମାଧ୍ୟମରେ ସାଇ ପଲ୍ଲବୀ ନିଜର ବଲିଉଡ୍ ଡେବ୍ୟୁ କରୁଥିବା ବେଳେ ଏହା ହିନ୍ଦୀ ସମେତ ତେଲୁଗୁ ଓ ତାମିଲ ଭାଷାରେ ମଧ୍ୟ ରିଲିଜ୍ ହେବ। ଫିଲ୍ମଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ପୁରା ଟିମ ଆଶା ରଖିଛନ୍ତି ।

Tags: