ପରମ୍ପରା ପ୍ରିୟ ଆଲିଆ

ନିକଟରେ ଆଲିଆ ଭଟ୍ଟ ନିଜ ଲୁକ୍‌ ପାଇଁ ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି । ଆଲିଆଙ୍କର ମେଟ୍‌ ଗାଲା ଲୁକ୍‌ ସମସ୍ତଙ୍କୁ ଖୁବ ଭଲ ଲାଗିଛି । ଆଲିଆ ନିଜର ଷ୍ଟନିଂ ଲୁକ୍‌ ପାଇଁ ନିଜର ଟିମ୍‌କୁ ଖୁବ ଧନ୍ୟବାଦ ଦେଇଛନ୍ତି । ମେଟ୍‌ଗାଲାର ୨୦୨୪ ରେଡ କାର୍ପେଟରେ ଆଲିଆଙ୍କୁ ଭାରତର ପରମ୍ପରା ପୋଷାକ ଶାଢିରେ ଦେଖିବାକୁ ମିଳିଥିଲା । ଏହି ଇଭେଣ୍ଟରେ ସେ ଫ୍ଲୋରାଲ ଶାଢି ପିନ୍ଧିଥିବାର ନଜରକୁ ଆସିଥିଲେ । ଆଲିଆଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ […]

Samaya Live Picture
Published On

ନିକଟରେ ଆଲିଆ ଭଟ୍ଟ ନିଜ ଲୁକ୍‌ ପାଇଁ ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି । ଆଲିଆଙ୍କର ମେଟ୍‌ ଗାଲା ଲୁକ୍‌ ସମସ୍ତଙ୍କୁ ଖୁବ ଭଲ ଲାଗିଛି । ଆଲିଆ ନିଜର ଷ୍ଟନିଂ ଲୁକ୍‌ ପାଇଁ ନିଜର ଟିମ୍‌କୁ ଖୁବ ଧନ୍ୟବାଦ ଦେଇଛନ୍ତି । ମେଟ୍‌ଗାଲାର ୨୦୨୪ ରେଡ କାର୍ପେଟରେ ଆଲିଆଙ୍କୁ ଭାରତର ପରମ୍ପରା ପୋଷାକ ଶାଢିରେ ଦେଖିବାକୁ ମିଳିଥିଲା । ଏହି ଇଭେଣ୍ଟରେ ସେ ଫ୍ଲୋରାଲ ଶାଢି ପିନ୍ଧିଥିବାର ନଜରକୁ ଆସିଥିଲେ । ଆଲିଆଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଏହି ଫଟୋଟିକୁ ପୋଷ୍ଟ କରିଛନ୍ତି । ଫଟୋଟି ଆଲିଆଙ୍କ ଫ୍ୟାନଙ୍କ ମଧ୍ୟରେ ବେଶ ଭାଇରାଲ ହେବାରେ ଲାଗିଛି । ସବୁଠାରୁ ବେଶି ଆକର୍ଷଣୀୟ ହୋଇଛି ଆଲିଆଙ୍କ ହେୟାର ଷ୍ଟାଇଲ୍‌ । ଆଲିଆ ଏବଂ ତାଙ୍କ ପୂରା ଟିମ୍‌ ମେଟ୍‌ଗାଲାର ଡ୍ରେସକୋଡକୁ ଇଣ୍ଡିଆନ୍‌ ଇଣ୍ଟରପ୍ରିଟେସନ୍‌ କରିବାପାଇଁ ବହୁତ ଚେଷ୍ଟା କରିଥିବା ପ୍ରକାଶ କରିଛନ୍ତି । ଆଲିଆଙ୍କର ଏହି ଡ୍ରେସର ଡିଜାଇନ୍‌ ସବ୍ୟସାଚୀ ମୁଖାର୍ଜୀ କରିଥିବା ଜଣା ପଡିଛି । ଇଣ୍ଡିଆର କଲ୍‌ଚରରୁ ସେ ଏହି ଶାଢିର ଡିଜାଇନ୍‌ ପାଇଁ ପ୍ରେରଣା ନେଇଥିବା ଆଲିଆ ପ୍ରକାଶ କରିଛନ୍ତି । ସେ ଭାରତୀୟ ପରମ୍ପରାକୁ ଖୁବ ଭଲ ପାଇଥାଆନ୍ତି ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।

Tags: