ଚର୍ଚ୍ଚିତ ପ୍ରେମ କାହାଣୀ

ଚର୍ଚ୍ଚିତ ପ୍ରେମ କାହାଣୀ
Ipsita Picture
By: Ipsita
Published On

 

ଟିପ ଟିପ ବରଷା ପାଣି, ତୁ ଚିଜ ବଡି ହେ ମସ୍ତ ମସ୍ତ ଭଳି ସୁପରହିଟ୍‌ ଗୀତଗୁଡ଼ିକ ଜରିଆରେ ନବେ ଦଶକର ହିଟ ହିରୋଇନ ପାଲଟିଥିଲେ ରବୀନା ଟଣ୍ଡନ । ତେବେ ଭାରତରରେ ଅନେକଙ୍କର କ୍ରସ ଥିବା ରବିନାଙ୍କର କ୍ରସ ଥିଲେ ଅଭିନେତା ରିଷି କପୁର । ପିଲାଟି ଦିନରୁ ତାଙ୍କର ଅଭିନୟ ଦେଖି ବଢିଥିବା ରବୀନା ରିଷିଙ୍କୁ ଖୁବ ପସନ୍ଦ କରୁଥିଲେ । ଏପରିକି ରିଷି ଓ ନୀତୁଙ୍କର ବିବାହରେ ରବୀନାଙ୍କର ଖୁବ ମନଦୁଃଖ ହୋଇଥିଲା । ତେବେ ରବୀନାଙ୍କର ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ । ଅଜୟ ଦେବଗନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ଅନେକ ବିବାଦ ସେତେବେଳେ ଦେଖିବାକୁ ମିଳିଥିଲା । ତେବେ ଏହି ପ୍ରେମ ସମ୍ପର୍କ ବେଶି ଦିନ ରହିନଥିଲା, ଉଭୟଙ୍କର ବ୍ରେକ ଅପ ହୋଇଯାଇଥିଲା । ଏହା ପରେ ରବୀନା ଅକ୍ଷୟ କୁମାରଙ୍କ ସହ ନିର୍ବନ୍ଧ କରିଥିଲେ ଏବଂ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ଆଲୋଚନା ହୋଇଥିଲା । ହେଲେ ଶେଷରେ ଏହି ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥିଲା । ଏହାପରେ ଚଳଚ୍ଚିତ୍ର ବିତରକ ଅନୀଲ ଥାଡ଼ାନୀଙ୍କୁ ଡେଟ କରିବା ସହ ତାଙ୍କୁ ହିଁ ବିବାହ କରିଥିଲେ ।

Tags: