କ୍ୟାରିୟରର ବଡ ଫିଲ୍ମ "ଦୃଶ୍ୟମ୍ ୩"
ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଚଳଚ୍ଚିତ୍ର "ଦୃଶ୍ୟମ୍: ଦି କନ୍କ୍ଲୁଜନ୍" ବା "ଦୃଶ୍ୟମ୍ ୩" ଅକ୍ଟୋବର ୨ରେ ରିଲିଜ ହୋଇଥିଲା । ତେବେ ମାତ୍ର ଆଠଦିନ ମଧ୍ୟରେ ଏହା ବିଶ୍ୱବ୍ୟାପୀ ୪୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରି ଏକ ବଡ଼ ରେକର୍ଡ ସୃଷ୍ଟି କରିଛି । ଏହା ତାଙ୍କ ୩୫ ବର୍ଷର କ୍ୟାରିୟରର ସବୁଠାରୁ ବଡ଼ ବ୍ଲକବଷ୍ଟର ଫିଲ୍ମ । ଯାହା ପୂର୍ବରୁ ୨୦୨୪ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ "ସିଙ୍ଘମ୍ ଏଗେନ୍" (୩୮୯ କୋଟି ଟଙ୍କା) ନାମରେ ଥିଲା । ଭାରତରେ ୧୫,୭୫୯ଟି ଶୋ' ସହିତ ରିଲିଜ ହୋଇଥିବା ଏହି ଫିଲ୍ମଟି ପ୍ରଥମ ଦିନରେ ୬୬.୭୫ କୋଟି ଆୟ କରିଥିବା ସୂଚନା ରହିଛି । ଉଇକେଣ୍ଡରେ ଏହା ୪୩୦ କୋଟି ଟଙ୍କା ଆୟ କରିଥିବା "ହନୁମାନ୍ ଅଂଶ"କୁ ପଛରେ ପକାଇ ଚଳିତ ବର୍ଷର ଚତୁର୍ଥ ସର୍ବାଧିକ ରୋଜଗାର କରିଥିବା ଫିଲ୍ମ ପାଲଟିଛି । ସେହିଭଳି ଏହି ଫିଲ୍ମରେ ଅଜୟଙ୍କ ଅଭିନୟକୁ ମଧ୍ୟ ଚାରିଆଡେ ଖୁବ ପ୍ରଶଂସା ମିଳୁଛି । ପୂର୍ବ ୨ ଭାଗ ଭଳି ଏହାକୁ ମଧ୍ୟ ଦର୍ଶକ ଖୁବ ଭଲ ପାଇବା ଦେବାରେ ଲାଗିଛନ୍ତି ।
Tags:




